ଫିଚରରେ ଭରପୂର Toyota urban cruiser, ଜାଣନ୍ତୁ ଦାମ୍‌ ଏବଂ ସ୍ପେସିଫିକେସନ

ଟୟୋଟା କିଲୋସ୍କର ମୋଟର ଏବେ ଭାରତରେ ୮.୪୦ ଲକ୍ଷ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେToyota urban cruiser ଲଞ୍ଚ କରିଛି। ଏହି କାର ଗ୍ରାହକଙ୍କୁ ୫ଟି ରଙ୍ଗ ଏବଂ ୬ଟି ଟ୍ରିମ୍ସରେ ଚୟନ କରିବାର ବିକଳ୍ପ ମିଳିବ। ଟୟୋଟା ଅର୍ବାନ କ୍ରୁଜର ମାରୁତି ସୁଜୁକି ବ୍ରିଜା, କିୟା ସୋନେଟ, ହ୍ୟୁଣ୍ଡାଇ ଭେର୍ନା, ଟାଟା ନେକ୍ସନ, ଫୋର୍ଡ ଇକୋସ୍ପୋର୍ଟ ଏବଂ ମହିନ୍ଦ୍ରା ଏକ୍ସୟୁବି ୩୦୦ ସହିତ ଟକ୍କର ଦେବ।

ଇଂଜିନ:

ଟୟୋଟା ଅର୍ବାନ କ୍ରୁଜରରେ ୧.୫ ଲିଟରK15B ପେଟ୍ରୋଲ ଇଂଜନ ଦିଆଯାଇଛି। ଯାହା103 bhp ର ପାଓ୍ଵାର ଏବଂ 138 Nm ଟର୍କ ଉତ୍ପନ୍ନ କରିବ। ଏହି ମୋଟରରେ ପାଞ୍ଚ ସ୍ପିଡ ମାନୁଆଲ ଟ୍ରାନ୍ସମିଶନ ଏବଂ ଚାର ସ୍ପିଡ ଅଟୋମେଟିକ ୟୁନିଟ ସହିତ ଲଞ୍ଚ ହୋଇଛି। ସବୁ ଅଟୋମେଟିକ ଭାରିଅଣ୍ଟରେ ଆଡଭାନ୍ସଡ ଲିଥିୟମ- ଆୟନ ବ୍ୟାଟେରୀ ସହିତ ଇଣ୍ଟିଗ୍ରେଟେଡ ଷ୍ଟାର୍ଟର ଜେନେରେଟର ମଧ୍ୟ ଯୋଡା ଯାଇଛି।

55

ଫିଚର ଏବଂ ସ୍ପେସିଫିକେସନ: 

ଏହାଛଡା ଏଥିରେ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପସ, ଏଲଇଡି ଫଗ ଲାଇଟସ୍‌, ୧୬ ଇଞ୍ଚର ଡାଇମଣ୍ଡ କଟ୍‌ ଅଏଲ ଓ୍ଵିଲ୍ସ ଏବଂ ଦ୍ୱିତୀୟ ଥର ରଙ୍ଗର କରିବାର ପେଣ୍ଟ ସ୍କିମ ଦିଆଯାଇଛି। ମଡେଲରେ ଆପଲ କାରପ୍ଲେ, ଆଣ୍ଡ୍ରଏଡ ଅଟୋ, ବ୍ରାଉନ ଏବଂ ବ୍ଲାକ ଡୁଆଲ କଲର ଇଣ୍ଟରିଅର ଥିବ ସହିତ କ୍ରୁସ୍‌ କଣ୍ଟ୍ରୋଲ, ଅଟୋ ଡିମିଂ IRVMs, ଇଲେକ୍ଟ୍ରୋମିକ୍‌ ରିଅର ଭ୍ୟୁ ମିରର, ରେନ ସେନସରିଂ ଓ୍ଵାଇପର, କ୍ଲାଇମେଟ କଣ୍ଟ୍ରୋଲ, ଷ୍ଟିଅରିଂ ମାଉଣ୍ଟେଡ କଣ୍ଟ୍ରୋଲ ଏବଂ ଇଂଜିନ ଷ୍ଟାର୍ଟ ଏବଂ ଷ୍ଟପ ବଟନ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.