ଏବେ ମୋବାଇଲରେ କରିପାରିବେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ, ନବରାତ୍ରିରେ ଲଞ୍ଚ୍‌ ହେବ ଆପ୍‌

ଚଳିତବର୍ଷ ନବରାତ୍ରିରେ ଶ୍ରୀ ମାତା ବୈଷ୍ଣୋଦେବୀ ସାଇନ୍‌ ବୋର୍ଡ କୋଟି କୋଟି ଭକ୍ତଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି। ସଂସ୍ଥା ତରଫରୁ ଖୁବ୍‌ଶୀଘ୍ର ଏକ ମୋବାଇଲ ଆପ୍‌ ଆରମ୍ଭ ହେବାକୁ ଯାଉଛି, ଯାହା ମାଧ୍ୟମରେ ଭକ୍ତମାନେ ନିଜ ମୋବାଇଲରେ ମାତାଙ୍କ ଆରତୀ ଓ ଦର୍ଶନ କରିପାରିବେ।

ଶ୍ରୀ ମାତା ବୈଷ୍ଣୋଦେବୀ ବୋର୍ଡର ଚେୟାରମ୍ୟାନ୍‌ ଓ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ସଂସ୍ଥା ତରଫରୁ ଖୁବ୍‌ଶୀଘ୍ର ଏହି ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରାଯିବ। ବୋର୍ଡ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଏହି ମୋବାଇଲ ଆପ୍‌କୁ ଭକ୍ତଙ୍କ ପାଇଁ ପ୍ରଥମ ନବରାତ୍ରି ଅର୍ଥାତ୍‌ ୧୭ ଅକ୍ଟୋବରରେ ଆରମ୍ଭ କରାଯିବ। ଏହି ଆପ୍‌ ଜରିଆରେ ଶ୍ରୀ ମାତା ବୈଷ୍ଣୋଦେବୀଜୀଙ୍କ ଭକ୍ତ ସିଧାସଳଖ ନିଜ ମୋବାଇଲରେ ମା’ଙ୍କୁ ଦର୍ଶନ କରିପାରିବେ। ଏଥିସହ ଯଦି କେହି ଭକ୍ତ ହୋମ ଦେଖିବାକୁ ଚାହୁଁଛି କିମ୍ବା ମା’ଙ୍କ ଆରତୀ ଦେଖିବାକୁ ଚାହୁଁଛି ତେବେ ତାହାର ବି ଲାଇଭଷ୍ଟ୍ରିମିଂ ଏହି ଆପ୍‌ ମାଧ୍ୟମରେ ହୋଇପାରିବ।

ଶ୍ରୀ ମାତା ବୈଷ୍ଣୋଦେବୀ ସାଇନ୍‌ ବୋର୍ଡର ସିଇଓ ରମେଶ କୁମାରଙ୍କ କହିବାନୁସାରେ ଏହି ଆପ୍‌ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରେ ଥିବା ଭକ୍ତମାନେ ମଧ୍ୟ ମା’ଙ୍କ ଦର୍ଶନ କରିପାରିବେ। ସେହିପରି ରାସ୍ତାରେ ଯିବା ଆସିବା ବେଳେ ମଧ୍ୟ ଲୋକମାନେ ଫୋନ୍‌ରେ ମା’ଙ୍କ ଆରତୀ ମଧ୍ୟ ଦେଖିପାରିବେ। ଏହି ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ପ୍ଲାଟଫର୍ମ ପାଇଁ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.