୫୦୦ଟଙ୍କା ପାଇଁ ଚାଲିଗଲା ନାବାଳକର ଜୀବନ, ମୃତ୍ୟୁର ପ୍ରକୃତ କାରଣ ଖୋଜୁଛି ପୋଲିସ

କରଞ୍ଜିଆ(କେନ୍ୟୁଜ୍‌): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଅଘଟଣ। ସାମନ୍ୟ ୫୦୦ଟଙ୍କା ପଡିଶା ଘରୁ ଚୋରି କରିଥିବାରୁ ଜୈନେକ ମହିଳାଙ୍କ ସହିତ କିଛି ପଡୋଶୀ ନାବାଳକକୁ ପିଟିପିଟି ହତ୍ୟା କରିଛନ୍ତି। ଉକ୍ତ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ରିପୋର୍ଟ ଅନୁଯାୟୀ ବାଳକର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ସାଇଣ୍ଟିଫିକ୍‌ ଟିମକୁ ଡାକିଛି। ତେବେ ସାଇଣ୍ଟିଫିକ ଟିମର ତଦନ୍ତ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ ।

ସୂଚନା ମୁତାବକ ଉକ୍ତ ମହିଳା ଜଣକ ନାବାଳକ ରାଜନ ୫୦୦ ଟଙ୍କା ଚୋରି କରୁଥିବାରୁ ମାଡ ମାରିଥିବା ନିଜେ କହିଛନ୍ତି କିନ୍ତୁ ମୃତ୍ୟୁ କିପରି ହେଲା ସେ ଜାଣି ନଥିବା କହିଛନ୍ତି। ହେଲେ ଏଭଳି ଏକ ଅମାନବୀୟ କାଣ୍ଡ କରିଥିବା ଦୋଷୀକୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.