ଆଖି ପିଛୁଳାକେ କରୋନା ଭାଇରସକୁ ନଷ୍ଟ କରିଦେଇପାରିବ ଆଇଓଡିନ ସଲ୍ୟୁସନ, ରିପୋର୍ଟ ଦେଲେ ବୈଜ୍ଞାନିକ

ବିଶ୍ଵବ୍ୟାପୀ କରୋନା ମହାମାରୀ ଦିନ କୁ ଦିନ ନିଜ କାୟା ବିସ୍ତାର କରିଚାଲିଛି ଏହି କାରଣରୁ ବିଶ୍ୱବାସୀ ଯେମିତି ଏକ ପ୍ରକାର ଆତଙ୍କିତ ହୋଇ ପଡ଼ିଛନ୍ତି କିନ୍ତୁ କରୋନାର ଏହି କରାଳ କାଳ ମଧ୍ୟରେ ସାଧାରଣ ଜନସାଧାରଣଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ପ୍ରକାଶ ପାଇଛି କନେକଟିକଟ ବିଶ୍ୱବିଦ୍ୟାଳୟର ଏକ ବୈଜ୍ଞାନିକ ଦଳଙ୍କ ଅନୁଯାୟୀ, କରୋନା ପରି ମାରାତ୍ମ ବିଶ୍ଵବ୍ୟାପୀକ ଭାଇରସକୁ ନଷ୍ଟ କରିବାରେ ଆଈଓଡିନ ସଲ୍ୟୁସନ ଲାଭଦାୟକ ହୋଇପାରିବ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଗୋଟେ ପଟେ ୯୦ ହଜାର ପାର ହୋଇଯାଇଥିବା ବେଳେ ବୈଜ୍ଞାନିକ ଦଳଙ୍କ ଏହି ତଥ୍ୟ ନିଶ୍ଚିନ୍ତ ରୂପେ କିଛିଟା ଆସ୍ୱସ୍ଥି ଆଣିଦେବ ଗବେଷଣା ସମୟରେ ବିଶେଷଜ୍ଞ ଟିମ ବିଭିନ୍ନ ପରିମାପ ଆଈଓଡିନ ଦ୍ରବଣ ନେଇ ଗବେଷଣା କରିଥିଲେ ୦.୫ ପ୍ରତିଶତ, ୧.୨୫ ପ୍ରତିଶତ ଓ ୨.୫ପ୍ରତିଶତ ସଲ୍ୟୁସନ ନେଇ ସେମାନେ ଅନୁଧ୍ୟାନ କରିଥିବା ବେଳେ ଜାଣିବାକୁ ପାଇଛନ୍ତି ଏହି ସମସ୍ତ ଦ୍ରବଣ ମାତ୍ର ୧୪ ସେକେଣ୍ଡରେ ନୋଭେଲ କରୋନା ଭାଇରସକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇପାରୁଛି

corona new pic

ରିସଚର୍ସଙ୍କ ଅନୁଯାୟୀ, ଯଦି ସନ୍ଦିଗ୍ଧ କୋଭିଡ ରୋଗୀଙ୍କୁ ଉଚିତ ସମୟ ଅର୍ଥାତ (ଭାଇରସ ନାକ ଦେଇ ଶ୍ୱାସନଳୀ ମଧ୍ୟକୁ ପ୍ରବେଶ କରିବା) ସମୟରେ ଯଦି ସଠିକ ମାତ୍ରରେ ଆଇଓଡିନ ସଲ୍ୟୁସନ ଦିଆଯାଏ, ତେବେ ଏହା ଶରୀରରେ ଭାଇରସର ପ୍ରଭାବକୁ କମ କରିବା ସହ ଶରୀରର ଅନ୍ୟ ଅଙ୍ଗ ଗୁଡିକୁ ମଧ୍ୟ ପ୍ରଭାବିତ କରିବ ନାହିଁ କହିରଖିବା ଉଚିତ ହେବକି, ଏହି ରିସର୍ଚ୍ଚ ରିପୋର୍ଟ ଜାମା ସ୍ଥିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଛି କିନ୍ତୁ ଏହି ବିଶେଷଜ୍ଞ ଟିମ ଯେବେ ଈଥାନାଳ ଆଲକହଲର କୋଭିଡ ଭାଇରସ ଉପରେ ପରୀକ୍ଷଣ ଆରମ୍ଭ କରିଥିଲେ, ସେମାନଙ୍କୁ ସେମାନଙ୍କୁ ଆଶାନୁରୂପ ଫଳ ମିଳି ପାରିନଥିଲା ସୂଚନା ଦେବା ଯୋଗ୍ୟକି, ସାର୍ଶ ଓ ମାର୍ସ ପରି ପରି ମାରାତ୍ମକ ଭାଇରସଙ୍କୁ ମଧ୍ୟ ଅଈଓଡିନ ସଲ୍ୟୁସନ ନଷ୍ଟ କରି ଦେଇପାରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.