ଚାଷୀଙ୍କର ୟୁନିକ ଷ୍ଟାଇଲ ଚାଷ, କୃଷକଙ୍କର ଏହି ଧାନ ତଳି ରୋଉଥିବା ଦେଖି ଆପଣଙ୍କ ଆଖି ଏକଦମ୍‌ ଖୋଲା ହିଁ ଖୋଲା ରହିଯିବ

ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। ଏହି କ୍ୟାପସନ୍‌ ଲେଖି ଅଭିନେତା ଅରସଦ୍‌ ଓ୍ଵାରସି ଏକ ଭିଡିଓ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିଶ୍ୱାସ କରନ୍ତୁ ଆପଣ ଏ ଭିଡିଓ ଦେଖିଲେ କହିବେ ପ୍ରକୃତରେ ଏମାନଙ୍କ ପାଖରେ ଏତେ ବୁଦ୍ଧି ଆସିଛୁ କେଉଁଠି।

ଏହି ଭିଡିଓରେ ଆପଣ ଜଣେ ଜଣେ ଚାଷୀଙ୍କ ଧାନ ତଳି ରୋଉଥିବା ଷ୍ଟାଇଲ୍‌ ଦେଖି ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କେବେବି କାହାକୁ ଏମିତି ଧାନ ତଳି ରୋଉଥିବାର ଦେଖିନଥିବେ। ଚାଷୀଙ୍କର ଏହି ୟୁନିକ ଷ୍ଟାଇଲ ହିଁ ଏହି ଭିଡିଓ ଭାଇରାଲ ହେବାର ମୁଖ୍ୟ କାରଣ।

ତେବେ ଏହି ଭିଡିଓ କେଉଁଠିକାର ଏବଂ କେବେ କ୍ୟାପଚର ହୋଇଛି ତାହା ଜଣାପଡିନାହିଁ। କିନ୍ତୁ କୃଷକଙ୍କର ଏଭଳି ଅଭିନବ ଉପାୟକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓଟି ପୋଷ୍ଟ ହେବା ମାତ୍ରକେ ଲୋକମାନେ ଏହାକୁ ଖୁବ୍‌ ପସନ୍ଦ କରିବା ସହିତ ବହୁତ ମାତ୍ରାରେ ସେୟାର କରୁଛନ୍ତି।

Leave A Reply

Your email address will not be published.