ନିଜ ଗ୍ରାହକଙ୍କୁ ବଡ଼ ଉପହାର ଦେଲା ଜିଓ, ଏବେ ବିମାନରେ ଯାତ୍ରା କରିବା ବେଳେ ବି କରିପାରିବେ କଲ

ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କ ପାଇଁ ଆଣି ଦେଇଛି ଏକ ବଡ଼ ଉପହାର । ଏବେ ଏୟାର ଟ୍ରାଭେଲରେ ବି ଗ୍ରାହକ ମାନେ କଲ କରିବାର ସୁବିଧା ପାଇବେ ବୋଲି ଘୋଷଣା କରିଛି ଜିଓ । ଏଥିପାଇଁ ଜିଓ ଏରୋମୋବାଇଲ୍ ସହିତ ପାର୍ଟନରସିପ କରିଛି । ସୂଚନା ଅନୁଯାୟୀ ଏରୋମୋବାଇଲ୍ ପାନାସୋନିକ୍ ଆଭିଓନିକ୍ସ କର୍ପୋରେସନର ସବ୍ସିଡିଏରି କମ୍ପାନୀ । ଏହି ସହଭାଗୀତା ଅନୁଯାୟୀ ଜିଓର ଗ୍ରାହକମାନେ ଏବେ ମାନ ଯାତ୍ରା ସମୟରେ ଜିଓର ସମସ୍ତ ସେବାକୁ ଉପଭୋଗ କରିପାରିବେ ।

ରିଲାଏନ୍ସ ଜିଓର ଏହି ସେବା ଭର୍ଜିନ ଆଟଲାଣ୍ଟିକ୍, ଏତିହାଦ୍ ଏୟାରୱେଜ୍, ୟୁରୋ ୱିଙ୍ଗ୍ସ, ଲୁଫଥାନ୍ସ, ମାଲିଣ୍ଡୋ ଏୟାର, ସ୍ୱିସ୍ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ, ଏମିରେଟ୍ସ ଏୟାରଲାଇନ୍ସ, ବିମନ୍ ବାଂଲାଦେଶ ଏୟାରଲାଇନ୍ସ ଏବଂ ଆଲିଟାଲିଆକୁ ବିମାନ ଯାତ୍ରାରେ ଉପଲବ୍ଧ ହେବ । ଏହି ସେବା ସହିତ ଏୟାର ଟ୍ରାଭେଲ ସମୟରେ ମୋବାଇଲ ସେବା ପ୍ରଦାନ କରୁଥିବା ଏହା ଦେଶର ପ୍ରଥମ ଟେଲିକମ୍ କମ୍ପାନୀ ହୋଇପାରିଛି ।

ଏହି ସେବା ଘୋଷଣା ସହିତ ଜିଓ ତିନୋଟି ନୂତନ ଆନ୍ତର୍ଜାତୀୟ ରୋମିଂ ପ୍ଲାନ ଆଣିଛି ଯାହାର ମୂଲ୍ୟ ଯଥାକ୍ରମେ 499, 699 ଟଙ୍କା ଏବଂ 999 ଟଙ୍କା । ତେବେ ଏଠାରେ ଆମେ କହି ରଖିବୁ ଯେ ଏହି ତିନୋଟି ଯୋଜନାର ବୈଧତା କେବଳ ଗୋଟିଏ ଦିନ ।

ଏହି ତିନୋଟି ଯୋଜନାର ବୈଶିଷ୍ଟ୍ୟ ବିଷୟରେ କହିବାକୁ ଗଲେ, ଆପଣ 100 ମିନିଟ୍ କଲ୍ ଏବଂ 100 ଏସ୍ଏମ୍ଏସ୍ ପାଇବେ, ଠିକ ସେହିପରି 499 ଟଙ୍କା ପ୍ୟାକରେ 250 MB, 699 ଟଙ୍କା ପ୍ୟାକରେ 500 MB ଏବଂ 999 ଟଙ୍କା ପ୍ୟାକରେ ଆପଣ 1 GB ଡାଟା ପାଇପାରିବେ । ତେବେ ଏହି ତିନୋଟି ଯୋଜନାରେ ଆପଣଙ୍କୁ ଇନକମିଙ୍ଗ କଲର ସୁବିଧା ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.