ଭୁବନେଶ୍ବର: ଅନଲକ୍ ୫ରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ସରକାର । କୋଭିଡ୍ କଟକଣା ସହ ରାଜନୈତିକ ମିଟିଂକୁ ମିଳିଛି ଅନୁମତି । ସଂପୃକ୍ତ ନିର୍ବାଚନମଣ୍ଡଳୀରେ ହେଉଥିବା ମିଟିଂରେ ସର୍ବାଧିକ ଶହେ ଲୋକ ସାମିଲ ହୋଇପାରିବେ । ଆବଦ୍ଧ ହଲରେ ମିଟିଂ, ସମାବେଶ ପାଇଁ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ସିଟିଂ ପାଇଁ ଅନୁମତି ମିଳିବ । କୌଣସି କ୍ଷେତ୍ରରେ ୧୦୦ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ ।
ସେହିପରି ଖୋଲା ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ଶହେ ଜଣ ବୈଠକରେ ଉପସ୍ଥିତ ରହିପାରିବେ । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବେ । ରାଜନୈତିକ ସମାବେଶରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କରିବେ ଜିଲ୍ଲାପାଳ ।