ନ୍ୟୁଜ ପବ୍ଲିଶର୍ସଙ୍କୁ ୧୦୦ କୋଟି ଡଲାରରୁ ବି ଅଧିକ ଟଙ୍କା ଦେବ ଗୁଗଲ, ଜାଣନ୍ତୁ କାହିଁକି

ଆଗାମୀ ତିନିବର୍ଷ ମଧ୍ୟରେ ନ୍ୟୁଜ୍ ଲାଇସେନ୍ସ (News Licensing) ପାଇଁ ପବ୍ଲିଶର୍ସମାନଙ୍କୁ ଟେକ୍ କମ୍ପାନୀ ଗୁଗୁଲ୍ 100 କୋଟି ଡଲାରରୁ ବି ଅଧିକ ଟଙ୍କା ଦେବ । ଗୁଗୁଲ ଏଥିପାଇଁ କେତେକ ଦେଶରେ 200 ପ୍ରକାଶକଙ୍କ ସହ ଏକ ଲାଇସେନ୍ସ ଚୁକ୍ତି କରିଛି । ସମୟ ସହିତ ଏହାର ପରିସର ଆହୁରି ବୃଦ୍ଧି ପାଇବ ।

ନ୍ୟୁଜ୍ ସେକ୍ଟରରେ ଫେସବୁକ୍ ସହିତ ବିଜ୍ଞାପନର ଏକ ବଡ଼ ଅଂଶ ଗୁଗୁଲ୍ ନିୟନ୍ତ୍ରଣ କରେ । ବିଜ୍ଞାପନର ଏହି ଅଂଶ ପ୍ରଥମେ ସମ୍ବାଦ କ୍ଷେତ୍ରର ପ୍ରକାଶକଙ୍କ ନିକଟକୁ ଯାଉଥିଲା । ଗୁଗୁଲର ଏହି ପଦକ୍ଷେପର କାରଣ ହେଉଛି ପ୍ରକାଶକମାନଙ୍କୁ କହିବା ଯେ ଏହା ଉଚ୍ଚମାନର ସାମ୍ବାଦିକତା ଏବଂ ସଙ୍କଟରେ ଥିବା ଏହି କ୍ଷେତ୍ରର ଉନ୍ନତି ପାଇଁ ଦେୟ ଦେବାକୁ ଇଚ୍ଛୁକ ।

ଏହି ଲାଇସେନ୍ସ କାରବାର ଗୁଗୁଲରୁ ଏକ ନୂତନ ଉତ୍ପାଦ ନ୍ୟୁଜ ଶୋକେସ୍ ପାଇଁ ହୋଇଛି । ଏଥିରେ ସାମିଲ ପ୍ରକାଶକମାନେ ପ୍ଲାଟଫର୍ମରେ ସେମାନଙ୍କର ବିଷୟବସ୍ତୁ କିପରି ଦେଖାଯିବ ତାହା ସ୍ଥିର କରିବାକୁ ସମର୍ଥ ହେବେ । ବିଶେଷ କରି ସେହି ଲୋକମାନଙ୍କ ପାଇଁ ଯେଉଁମାନେ ସବସ୍କ୍ରିପସନ୍ ନେଇ ନାହାଁନ୍ତି ସେମାନଙ୍କ ପାଇଁ ପେଡ କଣ୍ଟେଣ୍ଟ ମାଗଣାରେ ଉପଲବ୍ଧ କରାଇବା ପାଇଁ କିଛି ପବ୍ଲିଶର୍ସ ମାନଙ୍କୁ ଗୁଗଲ ଟଙ୍କା ଦେବ ।

ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଗୁଗୁଲର ଏହି କାର୍ଯ୍ୟକ୍ରମରେ ବ୍ରାଜିଲ ଏବଂ ଜର୍ମାନୀର ଉପଭୋକ୍ତାମାନେ ଏହି ଫିଚରର ଲାଭ ଉଠାଇବାକୁ ସମର୍ଥ ହେବେ । ଏହି ନ୍ୟୁଜ୍ ଶୋକେସ୍ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ରେ ଉପଲବ୍ଧ ଗୁଗୁଲ୍ ନ୍ୟୁଜ୍ ଆପରେ ଉପଲବ୍ଧ ହେବ । କିନ୍ତୁ, ଶୀଘ୍ର ଏହା iOS ପାଇଁ ମଧ୍ୟ ଲଞ୍ଚ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.