ଯାଜପରୁ (କେନ୍ୟୁଜ): ଯାଜପୁର ଜିଲ୍ଲା ବାଲଚିନ୍ଦ୍ରପୁର ଥାନା ବନମାଳିପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ସେହି ଗାଁର ଉତ୍ସବ ସେଠୀ । ଆଜି ସଂଧ୍ୟାରେ ଗାଁ ନିକଟ ନଦୀବନ୍ଧ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଉତ୍ସବଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳଥିଲା । ପାଖରେ ତାଙ୍କ ବାଇକଟି ମଧ୍ୟ ପଡରିହିଛି ।
ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ଜଣାପଡନିଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି ।