ପୁରୀ ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଲାଇନଚ୍ୟୁତ ହେଲା ଟ୍ରେନ୍ ଇଞ୍ଜିନ୍

ପୁରୀ: ପୁରୀ ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ୍ ଲାଇନଚ୍ୟୁତ ହେରଇଥିବା ଜଣାପଡିଛି। ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଟ୍ରେନର ଆଗର ତିନୋଟି ଚକ ଓ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଥିଲା।

ଖବର ପାଇ ଖୋର୍ଦ୍ଧା ରୋଡର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ମରାମତି କରିଥିଲେ। ଏଭଳି ସ୍ଥିତି କେମିତି ହେଲା ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଉପରିସ୍ଥ ଅଧିକାରୀ।

Leave A Reply

Your email address will not be published.