ରାଉରକେଲାର ପୁର୍ବତନ ବିଧାୟକ ତଥା ତତ୍କାଳୀନ ଶାସକ ଦଳର ମୁଖ୍ୟ ସଚେତକ ଗୁରୁପଦ ନନ୍ଦଙ୍କର ୭୭ ବର୍ଷ ବୟସରେ ପରଲୋକ

କେନ୍ୟୁଜ (ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ରାଉରକେଲାର ପୁର୍ବତନ ବିଧାୟକ ତତ୍କାଳୀନ ଶାସକ ଦଳର ମୁଖ୍ୟ ସଚେତକ ଗୁରୁପଦ ନନ୍ଦଙ୍କର ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ କିଛିଦିନ ଧରି କଟକ ଜଗତପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୧୯୮୦ ମସିହାରେ ସେ ରାଉରକେଲା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସାଲେପୁର ନିକଟ ବଳରାମପୁରରେ ସ୍ୱର୍ଗତ ନନ୍ଦ ଙ୍କର ଜନ୍ମ। ରାଜ୍ୟରେ ସମବାୟ ଆନ୍ଦୋଳନରେ ସେ ଥିଲେ ଆଗ ଧାଡ଼ିର ନେତା।

ଛାତ୍ର ଜୀବନରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଦୀର୍ଘ ଦିନ ହେବ ରାଜ୍ୟ ଯୁବ କଂଗ୍ରେସର ସଭାପତି ମଧ୍ୟ ଥିଲେ। ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଓ ଦୁଇଥର ପାଇଁ କଟକ ଜିଲ୍ଲା କଂଗ୍ରେସର ସଭାପତି ମଧ୍ୟ ଥିଲେ। ଜଣେ ମିଷ୍ଟଭାଷୀ ଓ ପରୋପକାରୀ ନେତା ଭାବେ ସମସ୍ତଙ୍କର ଆଦରଣୀୟ ଥିଲେ। ତାଙ୍କ ମୃତ୍ୟୁ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଜନ୍ମ ସ୍ଥାନ ସାଲେପୁର ବଳରାମପୁରରେ ଶେଷକୃତ୍ୟ ହେବ ବୋଲି ଜଣା ପଡ଼ିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.