କପିଲଦେବଙ୍କୁ ହାର୍ଟଆଟାକ୍‌, ଛାତିରେ ଯନ୍ତ୍ରଣା ପରେ ହସ୍ପିଟାଲରେ ହେଲେ ଭର୍ତ୍ତି

ଭାରତୀୟ କ୍ରିକେଟ ଟିମର ପ୍ରଥମ ବିଶ୍ୱ କପ୍‌ ଜିତିଥିବା ପୂର୍ବ ଅଧିନାୟକ କପିଲ ଦେବ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଛି। ଛାତିରେ ଯନ୍ତ୍ରଣା ହେବା ପରେ ଶୁକ୍ରବାର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାର୍ଟରେ ବ୍ଲକେଜ କାରଣରୁ କପିଲ ଦେବଙ୍କର ଆଞ୍ଜିୟୋପ୍ଲାଷ୍ଟୀ ହୋଇଛି।

kapilଡାକ୍ତରଙ୍କ କହିବାନୁଯାୟୀ କପିଲ ଦେବଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏବେ ଭୟ କରିବାର କିଛି କଥା ନାହିଁ। ହାର୍ଟଆଟାକ ଖବର ମିଳିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.