ମେସେଜିଙ୍ଗ ଆପ Whats App ଜରିଆରେ ସାଙ୍ଗସାଥି, ବନ୍ଧୁବାନ୍ଧବ ତଥା ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ମେସେଜ ପଠାଯାଇଥାଏ । ବ୍ୟକ୍ତିଗତ ସ୍ତରରେ ହେଉ ଅବା ଗ୍ରୁପ ମାଧ୍ୟମରେ ହେଉ ସମସ୍ତଙ୍କ ସହ ଯୋଗାଯୋଗ କରାଯାଇଥାଏ । ଏହାସହ କିଛି ଅନାବଶ୍ୟକ ମେସେଜ ବି ଅନେକ ସମୟରେ ହଇରାଣ କରିଥାଏ । ଦିନକୁ ବାରମ୍ବାର ଯାଉଥିବା ନୋଟିଫିକେସନ ବି ଆମକୁ ବ୍ୟସ୍ତ କରିଥାଏ । କିଛି Whats App ୟୁଜର ମାନେ ତ ମଜା ନେବା ପାଇଁ ଏମିତି ଅଯଥା ବାର୍ତ୍ତା ପଠାଇ ହଇରାଣ କରିଦେଇଥାନ୍ତି । କିନ୍ତୁ ଜାଣନ୍ତିକି ଆପଣଙ୍କ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବାକୁ ଯାଉଛି । Whats Appର ଏହି ନୂଆ ଅପଡେଟରେ “ଅଲୱେଜ ମ୍ୟୁଟ ଫିଚର” ମିଳିବାକୁ ଯାଉଛି ।
ଏହା ଦ୍ୱାରା ଅଦରକାରୀ ମେସେଜ ପଠାଇ ହଇରାଣ କରୁଥିବା ୟୁଜର ମାନଙ୍କୁ ସବୁଦିନ ପାଇଁ ମ୍ୟୁଟ କରାଯାଇପାରିବ । ଆଉ କମ୍ପାନୀ ତରଫରୁ ଜାରି ହୋଇଥିବା ଏହି ନୂଆ ଫିଚର ଉଭୟ ଗ୍ରୁପ ଓ ଇଣ୍ଡିଭିଜୁୱାଲ ନମ୍ବର ଉଭୟରେ କାମ କରିବ । କହିରଖିବା ଉଚିତ ହେବଯେ, ଏଯାବତ ମ୍ୟୁଟ କରିବା ପାଇଁ ତିନି ତିନି ଟି ବିକଳ୍ପ ଉପଲବ୍ଧ ହେବ । ଏହାଦ୍ୱାରା କୌଣସି ନମ୍ବରକୁ ୮ ଘଣ୍ଟା ପାଇଁ ମ୍ୟୁଟ କରାଯାଇପାରିବ । ଅଥବା ଏଥିରେ ୮ ଘଣ୍ଟା, ଏକ ସପ୍ତାହ ବା ସବୁଦିନ ପାଇଁ ମ୍ୟୁଟ କରିବା ପରି ବିକଳ୍ପ ମାନ ଉପଲବ୍ଧ ହେବ । କମ୍ପାନୀ ତରଫରୁ ଏହି ଫିଚର ସବୁ ୟୁଜର ମାନଙ୍କ ପାଇଁ ଜାରି କରାଯିବ ।
କିନ୍ତୁ Always Mute ଫିଚର ପାଇବା ପାଇଁ ୟୁଜର ମାନଙ୍କୁ ନିଜ Whats Appକୁ ଅପଡେଟ କରିବାକୁ ହେବ । ଯଦି ଆପଣ ବି କୌଣସି ଗ୍ରୁପ କିମ୍ବା କୌଣସି ନମ୍ବରକୁ ମ୍ୟୁଟ କରିବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ସେହି ଗ୍ରୁପ କିମ୍ବା ନମ୍ବରକୁ ମେସେଜିଙ୍ଗ ପାଇଁ ଯାଆନ୍ତୁ । ଏବେ ନମ୍ବର ବା ନାଁ ଉପରେ କ୍ଲିକ କରନ୍ତୁ । ଏବେ ମିଡିୟା, ଲିଙ୍କକ୍ସ ଡ଼କ୍ସ, ଷ୍ଟର୍ଡ଼ ମେସେଜ କିମ୍ବା ଚାଟ କରିବା ପାଇଁ ବିକଳ୍ପ ମାନ ସ୍କ୍ରିନ ଉପରେ ନଜର ଆସିବ । ଯାହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଉପରୋକ୍ତ ସମୟ ଅପସନ ଗୁଡିକ ନଜର ଆସିବ ।