ବିରାଟ କୋହଲିଙ୍କ ରୟାଲ୍ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର୍ ଦଳର ଆଇପିଏଲ୍ ଟ୍ରଫି ଜିତିବାର ସ୍ବପ୍ନ ଅଧୁରା ରହିଗଲା। ଶୁକ୍ରବାର ଏଲିମିନେଟର୍ ମୁକାବିଲାରେ ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାଜୟ ଗ୍ରହଣ କରି ଆଇପିଏଲ୍ରୁ ବାଦ୍ ପଡିଛି ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର। ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପ୍ଳେ ଅଫ୍ ଆସିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବାଟରେ ପ୍ରତି ଥର ହାଇଦ୍ରାବାଦ ହିଁ ବାଟ ଓଗାଳିଲା।
That’s that from Eliminator.@SunRisers win by 6 wickets. They will face #DelhiCapitals in Qualifier 2 at Abu Dhabi.
Scorecard – https://t.co/XBVtuAjJpn #Dream11IPL #Eliminator pic.twitter.com/HKuxBFEccG
— IndianPremierLeague (@IPL) November 6, 2020
୨୦୧୬ ଫାଇନାଲରେ ହାଇଦ୍ରାବାଦ ନିକଟରୁ ହାରି ବିରାଟ କୋହଲିଙ୍କ ଦଳ ଉପବିଜେତା ହେବା ପରଠାରୁ ଆଉ ଶେଷ ୪ ଭିତରକୁ ଆସି ପାରିନଥିଲା। ଅନ୍ୟପକ୍ଷରେ ବିଜୟ ଧାରାକୁ ଜାରି ରଖି ହାଇଦ୍ରାବାଦ କ୍ବାଲିଫାୟାର୍-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ମଙ୍ଗଳବାର ମୁମ୍ବାଇ ସହ ଫାଇନାଲ୍ ଖେଳିବା ପାଇଁ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ହାଇଦ୍ରାବାଦ।