ସୂର୍ଯ୍ଯ କୁମାରଙ୍କ ପାଇଁ ମୁଁ ମୋ ୱିକେଟ ହରାଇଦେବାର ଥିଲା: ରୋହିତ ଶର୍ମା

ଆଇପିଏଲ୍ ଫାଇନାଲରେ ହୋଇଥିବା ଭୁଲରୁ ସୂର୍ଯ୍ୟକୁମାର ଯାଦବଙ୍କ ରନ୍ ଆଉଟ୍ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା। ରୋହିତ କହିଛନ୍ତି ‘ମୋତେ ତାଙ୍କ ପାଇଁ ୱିକେଟ ହରାଇଦେବାର ଥିଲା।

ଏହି ମ୍ଯାଚରେ ରୋହିତ ୫୧ ବଲରୁ ୬୮ ରନ୍ କରିଥିଲେ, ଯାହା ଯୋଗୁଁ ମୁମ୍ବାଇ ଦିଲ୍ଲୀ କ୍ଯାପିଟାଲ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା। ଇନିଂସ୍ ମଧ୍ୟରେଏକ ଅସମ୍ଭବ ରନ ନେବାକୁ ରୋହିତ ସୂର୍ଯ୍ୟକୁମାରଙ୍କୁ ଡାକିଥିଲେ, କିନ୍ତୁ ସେ ଅନ୍ୟ ପଟରୁ ରନ ନେବାକୁ ମନା କରିଦେଇଥିଲେ। ଯଦିଓ ସେତେବେଳକୁ ରୋହିତ ଅନ୍ୟ ପାଶ୍ୱର୍ରେ ପହଞ୍ଚିଥିଲେ, ତେବେ ସୂର୍ଯ୍ୟ ଅଧିନାୟକଙ୍କ ପାଇଁ ନିଜ ୱିକେଟ୍ ବଳିଦାନ ଦେଇଥିଲେ।

surya

ରୋହିତ କହିଛନ୍ତି, ‘ସେ ଯେଉଁ ଫର୍ମରେ ଥିଲେ, ମୁଁ ମୋର ୱିକେଟ୍ ବଳିଦାନ ଦେଇଥାନ୍ତେ। ସେ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଅବିଶ୍ୱସନୀୟ ସଟ୍ କରିଥିଲେ । ଏଥିସହିତ ସୂର୍ଯ୍ୟ କହିଛନ୍ତି ଯେ ରୋହିତ ଦଳକୁ ବିଜୟ ଆଡକୁ ନେଇଯିବେ ଏବଂ ୱିକେଟ୍ ହରାଇବାକୁ ତାଙ୍କର କୌଣସି ଦୁଃଖ ନାହିଁ ବୋଲି ସେ କହିଥିଲେ।

Leave A Reply

Your email address will not be published.