ଏୟାର ହୋଷ୍ଟେସମାନଙ୍କୁ ମଜଭୁତ କରିବା ପାଇଁ ଅଜବ ଟ୍ରେନିଂ ଦେଇଥାଏ ଚୀନ, ଦାନ୍ତରେ ଚପଷ୍ଟିକ ରଖି କରାଯାଇଥାଏ ଏଭଳି କାମ

କୌଣସି ଯାତ୍ରା ସମୟରେ ଆପଣ ଚୀନ ଫ୍ଲାଇଟରେ ଆଟେଣ୍ଡାଣ୍ଟମାନଙ୍କୁ ତ ଦେଖିଥିବେ। ଏହି ଫ୍ଲାଇଟ ଆଟେଣ୍ଡାଣ୍ଟମାନେ ନିଜର ସୁନ୍ଦର ସ୍ମାଇଲ ଏବଂ ଭାବଭଙ୍ଗୀ ପାଇଁ ଜଣାଶୁଣା ଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏଥିପାଇଁ ବି ସେମାନଙ୍କୁ କଡ଼ା ପରିଶ୍ରମ କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଚୀନରେ ଯୁବତୀମାନଙ୍କୁ ଫ୍ଲାଇଟ ଆଟେଣ୍ଡାଣ୍ଟ ବା ଏୟାର ହୋଷ୍ଟେସ ହେବା ପାଇଁ କିଭଳି ଟ୍ରେନିଂ ଦିଆଯାଇଥାଏ।

ff

ଟ୍ରେନିଂରେ ଏହି ଯୁବତୀମାନଙ୍କୁ ନିଜ ଦାନ୍ତ ମଝିରେ ଚପଷ୍ଟିକ ଏବଂ ମୁଣ୍ଡ ଉପରେ ମାଗାଜିନ ରଖିବାକୁ ପଡ଼ିଥାଏ। ଏହାଦ୍ୱାରା ଭଙ୍ଗୀ ବଢ଼ିଆ ରହିଥାଏ। ସେହିପରି ଆଉ ଏକ ଏକ୍ସରସାଇଜ ବି କରାଯାଇଥାଏ, ଯାହାକି ବାଲାନ୍ସିଂ ହୋଇଥାଏ। ଏଥିରେ ଯୁବତୀମାନଙ୍କୁ ନିଜ ମୁଣ୍ଡ ଉପରେ ଗ୍ଲାସ, ବୋତଲ ରଖି ବାଲାନ୍ସ କରିବାକୁ ପଡ଼ିଥାଏ।

hg

ଟ୍ରେନିଂ ସମୟରେ ଯୁବତୀମାନଙ୍କ ଆଣ୍ଠୁ ମଝିରେ ପେପର ରଖାଯାଇଥାଏ, ଯଦ୍ଦ୍ୱାରା ସେମାନେ ସିଧା ଛିଡ଼ା ହେବା ଶିଖିପାରିବେ। ସୁରକ୍ଷା ଟ୍ରେନିଂର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥିପାଇଁ ସ୍ପେଶାଲ କ୍ଲାସ କରାଯାଇଥାଏ, ଯେଉଁଥିରେ ମାର୍ଶାଲ ଆର୍ଟ ଟେକ୍ନିକ ଭଳି କୁଂ ଫୁ ଏବଂ ଟାଏକୋଣ୍ଡୋ ଶିଖାଯାଇଥାଏ। ଯୁବତୀମାନଙ୍କୁ ମଜଭୁତ କରିବା ପାଇଁ ଏହି ଟ୍ରେନିଂ ଦିଆଯାଇଥାଏ।

tg

ହଠାତ ଆକ୍ରମଣ ହେଲେ କିପରି ଏହାର ଜବାବ ଦିଆଯିବ, ଏ ସବୁ ଟ୍ରେନିଂ ସମୟରେ ଶିଖାଯାଇଥାଏ। ସେମାନଙ୍କୁ ପ୍ରଥମ ବାର ଗୋଟିଏ ହାତରେ ସେରାମିକ ପ୍ଲେଟକୁ ଭାଙ୍ଗିବାକୁ ପଡ଼ିଥାଏ। ଏତଦ ବ୍ୟତୀତ ଫ୍ଲାଇଟରେ କୌଣସି ଆତଙ୍କବାଦୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଏୟାର ହୋଷ୍ଟେସମାନଙ୍କୁ ଏକ ସ୍ୱତନ୍ତ୍ର ଧରଣର ଟ୍ରେନିଂ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.