Below header

ଏଠାରେ ପ୍ରତ୍ୟେକ ବର୍ଷ ଆୟୋଜିତ ହୁଏ ଗାଈଙ୍କ ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ଏମିତି ଚୟନ କରାଯାଏ ସବୁଠୁ ସୁନ୍ଦରୀ

ଦୁନିଆରେ ଏମିତି ଏକ ଜାଗା ଅଛି, ଯେଉଁଠି ପ୍ରତ୍ୟେକ ବର୍ଷ ଗାଈମାନଙ୍କର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏଥିରେ ଭାଗ ନେବା ପାଇଁ ଦୂର ଦୂରରୁ ଲୋକେ ନିଜ ଗାଈଙ୍କୁ ନେଇ ଆସିଥାନ୍ତି। ଉତ୍ତର ଜର୍ମାନୀର ବେର୍ଦେନ ସହରରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ପାଖାପାଖି ୨୦୦ ଗାଈ ଭାଗ ନେଇଥାନ୍ତି।

e

uu

ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥାଏ। ପ୍ରତିଯୋଗିତାର ଜୁରୀ ପ୍ୟାନେଲ ସାମ୍ନାରେ ଗାଈମାନେ ନିଜ ଚାଲି ଏବଂ ଢଙ୍ଗରଙ୍ଗ ପ୍ରଦର୍ଶନ କରିଥାନ୍ତି। ଗତବର୍ଷ କଳା ଏବଂ ଧଳା ରଙ୍ଗର ହୋଲଷ୍ଟିନ ଗାଈ ‘ମ୍ୟାଡମ’ ୧୬୯ ଗାଈଙ୍କୁ ପଛରେ ପକାଇ ବିଜୟ ହାସଲ କରିଥିଲା।

ff

ଜୁରୀ ମେମ୍ବର ରୋଜର ଫ୍ରସାର୍ଡ ଏହି ଗାଈକୁ ସର୍ବୋତ୍ତମ ବୋଲି ଘୋଷଣା କରିଥିଲେ। ଏହାର ସ୍ତନ ଏବଂ ସୁନ୍ଦର ଗୋଡ଼ ବହୁତ ଆକର୍ଷକ ବୋଲି କହିଥିଲେ। ‘ମ୍ୟାଡମ’ ଅଞ୍ଚଳର ସବୁଠୁ ସୁନ୍ଦରୀ ଗାଈ ଭାବେ ପ୍ରତିଯୋଗିତା ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.