କାହାର ପୁଷ ମାସ ତ କାହାର ସର୍ବନାଶ: ଓଲଟିଲା କୁକୁଡା ବୋଝେଇ ଗାଡି, ବ୍ୟାଗ୍-ବସ୍ତା ଯିଏ ଯେମିତି ପାରିଲା ବୋହିନେଲା

ସୁନ୍ଦରଗଡ଼: ଓଲଟିଲା କୁକୁଡା ବୋଝେଇ ଗାଡି। ଘରକୁ ନେବା ପାଇଁ ଠେଲାପେଲା। ବ୍ୟାଗ, ବସ୍ତା ଯିଏ ଯେମିତି ପାରିଲା ପୂରାଇ ଘରକୁ ବୋହିନେଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭେଡାବାହଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡା ବୋଝେଇ ଗାଡି ଓଲଟି ପଡିଥିଲା। ଗାଡି ଓଲଟି ପଡିବା ପରେ କୁକୁଡା ନେବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗୀତା ଲାଗିଯାଇଥିଲା।

ଏପରିକି ମାନବିକତା ଭୁଲିଯାଇଥିଲେ ସେମାନ। ଡ୍ରାଇଭର ଆହତ ଅବସ୍ଥାରେ ପଡି ଛଟପଟ ହେଉଥିବାବେଳେ ଲୋକମାନେ କୁକିଡା ବୋହିବାରେ ବ୍ୟସ୍ତ ଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ଏ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.