Below header

ମାଗଣାରେ ମିଳୁଛି Netflix, ଭାରତରେ ଦୁଇଦିନ ପାଇଁ ଫ୍ରି ଘୋଷଣା କଲା କମ୍ପାନୀ

ଆପଣ ନେଟଫ୍ଲିକ୍ସ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ମାଗଣାରେ ମିଳୁଛି ନେଟଫ୍ଲିକ୍ସ ସର୍ଭିସ। ଭାରତରେ ଦୁଇଦିନ ପାଇଁ ନିଜର ସର୍ଭିସକୁ ମାଗଣା କରିବାକୁ ଘୋଷଣା କରିଛି କମ୍ପାନୀ । ଏହାକୁ Netflix StreamFest ଅଧୀନରେ କରାଯାଉଛି। ନେଟଫ୍ଲିକ୍ସ ଏହି ଷ୍ଟ୍ରିମ ଫେଷ୍ଟ ସମୟରେ ଭାରତରେ କୌଣସି ବି ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ ଦେଖିପାରିବେ। ଏଥିପାଇଁ କୌଣସି ରାଶି ଦେବାକୁ ହେବ ନାହିଁ। କିନ୍ତୁ ଏଥିପାଇଁ ନିଜର ଇମେଲ ଆଇଡି କିମ୍ବା ଫୋନ ନମ୍ବର ଜରିଆରେ ସାଇନ ଇନ, ସାଇନ ଅପ୍ କରିବାକୁ ହେବ।

ନେଟଫ୍ଲିକ୍ସ ମୁତାବକ, ଦୁଇ ଦିନ ପର୍ଯ୍ଯନ୍ତ ସମସ୍ତ ୟୁଜର୍ସ ଏହି ସମସ୍ତ ଫିଚରକୁ ଆକସେସ୍ କରିପାରିବେ। ଯାହା ଏବେ ପ୍ରିମିୟମ ୟୁଜର୍ସଙ୍କୁ ଦିଆଯାଇଛି। ସାଇନ ଅପ୍ କରିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ଦେବାକୁ ପଡିବ ନାହିଁ।

netflix

NetflixstreamFestରେ ମାଗଣା ନେଟଫ୍ଲିକ୍ସ ଦେଖିବା ପାଇଁ Netflix.com/streamfestକୁ ଭିଜିଟ୍ କରିବାକୁ ହେବ। ଆଜିଠାରୁ ଏଥିରେ ରିମାଇଣ୍ଡର ସେଟ୍ ମଧ୍ୟ କରିପାରିବେ। ଯେତେବେଳେ ଲାଇଭ ହେବ ଆପଣ ଫ୍ରିରେ ଦେଖିପାରିବେ। ଯେଉଁମାନେ ଷ୍ଟ୍ରିମଫେଷ୍ଟ ସମୟରେ ସାଇନ ଇନ କରିବେ ସେମାନେ କେବଳ ଷ୍ଟାଣ୍ଡାଡ ଡେଫିନେସନର କଣ୍ଟେଣ୍ଟ ହିଁ ଦେଖିପାରିବେ।

ନେଟଫ୍ଲିକ୍ସ ଆକାଉଣ୍ଟ ସ୍ମାର୍ଟଫୋନ୍, ଟିଭି, ଆଇଓଏସ୍ ଡିଭାଇସ, ଗେମିଂ  କନସୋଲ୍ ମଧ୍ୟରେ ମାଗଣାରେ କଣ୍ଟେଣ୍ଟ ଦେଖିପାରିବେ ବୋଲି କମ୍ପାନୀ କହିଛି। ଏହାକୁ ସ୍ମାର୍ଟଫୋନ ଜରିଆରେ ଟିଭିରେ ମଧ୍ୟ କାଷ୍ଟ କରାଯାଇପାରିବ। ଭାରତରେ ଏହା ୫ ଡିସେମ୍ବର ରାତି ୧୨ଟାରୁ ୬ ଡିସେମ୍ବର ରାତି ୧୨ଟା ପର୍ଯ୍ଯନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.