କେବେ ପଡୁଛି ତୁଳସୀ ବିବାହ, ଜାଣନ୍ତୁ କ’ଣ ରହିଛି ଏହି ଦିନର ମହତ୍ୱ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଦେବୋତ୍ଥାନ ଏକାଦଶୀ ବ୍ରତ ରଖାଯାଇଥାଏ। ଏହି ଦିନ ତୁଳସୀ ବିବାହ ମଧ୍ୟ କରାଯାଇଥାଏ। ଏହିଦିନ ଭଗବାନ ଶ୍ରୀହରିଙ୍କ ସହ ଦେବୀ ତୁଳସୀଙ୍କ ବିବାହ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ୨୬ ନଭେମ୍ବର ଗୁରୁବାର ଦିନ ପାଳନ କରାଯିବ।

ତୁଳସୀ ବିବାହର ମହତ୍ୱ

ତୁଳସୀ ବିବାହର ଅନେକ ମହତ୍ୱ ରହିଛି। ପ୍ରାଚୀନ କଥା ଅନୁଯାୟୀ ଯେତେବେଳେ ଭଗବାନ ଶଙ୍କରଙ୍କ ଅଂଶ ଜଳନ୍ଧର ଦେବୀ ବୃନ୍ଦାଙ୍କୁ ବିବାହ କରି ଅମର ହେବାକୁ ଚାହୁଁଥିଲେ ସେହି ସମୟରେ ଭଗବାନ ଶ୍ରୀହରି ରାକ୍ଷସର ବିନାଶ କରି ଏହି ଇଛା ପୂରଣ କରିବାକୁ ଦେଇ ନ ଥିଲେ। ଏହାପରେ ଶ୍ରୀହରି ସ୍ୱୟଂ ତୁଳସୀଙ୍କୁ ବିବାହ କରିଥିଲେ। ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀହରିଙ୍କ ସହ ତୁଳସୀ ଦେବୀଙ୍କର ବିବାହ କରାଯାଇଥାଏ।

tulsiତୁଳସୀ ବିବାହର ମାନ୍ୟତା

ମାନ୍ୟତା ରହିଛି ତୁଳସୀ ବିବାହ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଉଲ୍ଲେଖ ରହିଛି ଯେଉଁ ବ୍ୟକ୍ତିଙ୍କର କନ୍ୟା ସନ୍ତାନ ନ ଥାଏ ଏବଂ ସେମାନେ କନ୍ୟା ଦାନ ପୁଣ୍ୟରୁ ବଞ୍ଚିତ ହୋଇଥାନ୍ତି ସେମାନେ ତୁଳସୀ ବିବାହ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି କରିଥାନ୍ତି।

tulsi-vivah-ତୁଳସୀ ବିବାହ ବିଧି

ତୁଳସୀ ବିବାହ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ସାରି ସଫା କପଡା ପିନ୍ଧନ୍ତୁ। ଏହାପରେ ତୁଳସୀ ଦେବୀଙ୍କୁ ସ୍ନାନ କରାଇ ଜଳ ଅର୍ପଣ କରନ୍ତୁ। ଏହାପରେ ତୁଳସୀ ଦେବୀଙ୍କୁ ନୂତନ ବସ୍ତ୍ର, ଚୁଡି, ବିନ୍ଦି, ସିନ୍ଦୂର ଆଦି ଅର୍ପଣ କରନ୍ତୁ। ଏହାପରେ ଶ୍ରୀହରିଙ୍କ ବିବାହ ରୋସଣି ବାହାର କରି ଶୁଭ ମୁହୂର୍ତ୍ତ ସମୟରେ ବିଧି-ବିଧାନର ସହ ବିବାହ ସମ୍ପନ୍ନ କରନ୍ତୁ। ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ତୁଳସୀ ଦେବୀଙ୍କୁ ବିଦା କରନ୍ତୁ।

Leave A Reply

Your email address will not be published.