‘୮୦ ବର୍ଷ ହେଲାଣି ଆଜୀବନ ମାମଲାର ଜଲଦି ଶୁଣାଣି କର’, ଆଶାରାମଙ୍କ ଏହି ଅପିଲକୁ ସ୍ୱୀକାର କଲେ କୋର୍ଟ

ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଆଶାରାମଙ୍କ ଏହି ଆବେଦନକୁ ହାଇକୋର୍ଟର ଜଜ୍‌ ସନ୍ଦୀପ ମେହେଟ୍ଟା ଓ ରାମେଶ୍ୱର ବ୍ୟାସଙ୍କ ଖଣ୍ଡପୀଠରେ ମଞ୍ଜୁରୀ ମିଳିଛି। ଜାନୁଆରୀରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।

ପିଟିସନ୍‌ରେ ଆଶାରାମ ନିଜ ବୟସ ୮୦ ପାର ହୋଇଥିବା କହିବା ସହ ଆଉ କେବେ ଶୁଣାଣି କରିବ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ଆଶାରାମ ଶୀଘ୍ର ଜେଲରୁ ବାହାରିବାକୁ ଚାହୁଁଛନ୍ତି। ରିପୋର୍ଟ ମୁତାବକ ଜାନୁଆରୀ ତୃତୀୟ ସପ୍ତାହରେ ତାଙ୍କ ଅପିଲର ଶୁଣାଣି ହେବ। ସୋମବାର ଦିନ ନିଜ ପକ୍ଷ ରଖିବାକୁ କୋର୍ଟ କହିଥିଲେ ମଧ୍ୟ ଆଶାରାମଙ୍କ ଓକିଲ ରାଜି ହୋଇନଥିଲେ।

 

ସୂଚନାଯୋଗ୍ୟ ଯେ ଏସ୍‌ସି-ଏସ୍‌ଟି କୋର୍ଟ ୨୫ ଏପ୍ରିଲ ୨୦୧୮ରେ ଯୌନ ଉତ୍ପୀଡ଼ନ ମାମଲାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଶାରାମ ସେହି ବର୍ଷ ହିଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ବି ସେହି ମାମଲାର ଶୁଣାଣି ଜାରି ରହିଛି।

Leave A Reply

Your email address will not be published.