Below header

୧୬୦୦୦ ଟଙ୍କାରୁ ବି କମ ଖର୍ଚ୍ଚ କରି ହୋଇଯାଆନ୍ତୁ ଏହିସବୁ ମାରୁତି ଗାଡିର ମାଲିକ, ଆରମ୍ଭ ହୋଇଛି ନୂଆ ସ୍କିମ

ଯଦି ଆପଣ ମଧ୍ୟ ଶସ୍ତାରେ ଗାଡି ଚଲାଇବାକୁ ଚାହାଁନ୍ତି, ତେବେ ମାରୁତି ସୁଜୁକିର ଏହି ସ୍କିମ୍ ଆପଣଙ୍କ ପାଇଁ ଉପହାରଠାରୁ କମ୍ ନୁହେଁ । ବାସ୍ତବରେ ମାରୁତି ସୁଜୁକି କିଛି ସମୟ ପୂର୍ବରୁ ତା’ର ‘ସବସ୍କ୍ରାଇବ୍’ର ସୁବିଧା ଉପସ୍ଥାପନ କରିଛି । ଏହା ଅଧୀନରେ, ଆପଣ କ୍ରୟ ନକରି ଏକ କାରର ମାଲିକ ହୋଇପାରିବେ । ଅର୍ଥାତ୍ ଆପଣ ଏକ କାର ଭଡାରେ ନେଇପାରିବେ । ବିଶେଷ କଥା ହେଉଛି ଆଜି ମାରୁତି ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ ଏବଂ ଗାନ୍ଧିନଗରରେ ଏହି ଯୋଜନା ଆରମ୍ଭ କରିଛି । ଏହାପୂର୍ବରୁ ଦିଲ୍ଲୀ ଏନସିଆର (ଦିଲ୍ଲୀ, ନୋଏଡା, ଗାଜିଆବାଦ, ଫରିଦାବାଦ, ଗୁରୁଗାଁଓ), ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁନେରେ ଏହି ସେବା ଆରମ୍ଭ ହୋଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

ଏହି ସ୍କିମ୍ ଅନୁଯାୟୀ, ଗ୍ରାହକ ଏକ ନୂଆ ସ୍ବିଫ୍ଟ ଡିଜାୟର, ଭିଟାରା ବ୍ରିଜା ଏବଂ ଏର୍ଟିଗାକୁ ମୄଟିର ମାର୍କେଟର ARENAରୁ ସବସ୍କ୍ରାଇବ କରିପାରିବେ । ଆହୁରି ମଧ୍ୟ ନୂଆ ବାଲେନୋ, ସିଆଜ୍ କିମ୍ବା XL6 ପରି ବଢିଆ କାରଗୁଡିକୁ ମାରୁତିର ମାର୍କେଟର NEXAରୁ ସବସ୍କ୍ରାଇବ କରିପାରିବେ । ବିଶେଷ କଥା ହେଉଛି, ଗୋଟିଏ କାରର ସବସ୍କ୍ରିପସନ୍ ସରିବା ପରେ ଆପଣ ଚାହିଁଲେ ଅନ୍ୟ କାର ପାଇପାରିବେ ।

ମାରୁତିର ସବସ୍କ୍ରିପସନ୍ ସ୍କିମ୍ ଅଧୀନରେ ଆପଣଙ୍କୁ ମାସିକ ଦେୟ ଦେବାକୁ ପଡିବ । ଏହି ଫି’ରେ ପୁରା ମେଣ୍ଟେନାନ୍ସ, ବୀମା ଏବଂ ରୋଡ଼ ସାଇଡ ଆସିଷ୍ଟେନ୍ସ ସାମିଲ ହେବ । ଆପଣ 24 ରୁ 48 ମାସ ପର୍ଯ୍ୟନ୍ତ ଏହି କାରକୁ ସବସ୍କ୍ରାଇବ କରିପାରିବେ । ଏହି ଫିସ୍ ଭିନ୍ନ ଭିନ୍ନ ସହର ପାଇଁ ଭିନ୍ନ ରହିଛି । ଯଦି ଆପଣ 48 ମାସ ପାଇଁ ଏକ ସ୍ୱିଫ୍ଟ LXi କାର ପାଇଁ ସବସ୍କ୍ରାଇବ କରନ୍ତି, ତେବେ ଆପଣଙ୍କୁ ମୁମ୍ବାଇରେ 15,368 ଟଙ୍କା, ଚେନ୍ନାଇରେ 15,196 ଟଙ୍କା, ଅହମ୍ମଦାବାଦରେ 14,665 ଟଙ୍କା ଏବଂ ଗାନ୍ଧିନଗରରେ 14,691 ଟଙ୍କା ଦେବାକୁ ପଡିବ । ସବସ୍କ୍ରିପସନ୍ ସମୟ ସମାପ୍ତ ହେଲେ, ଆପଣ ଅନ୍ୟ କାରକୁ ଅପଗ୍ରେଡ୍ କରିପାରିବେ କିମ୍ବା ବଜାର ମୂଲ୍ୟରେ ଏହାକୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.