କୁର୍ତ୍ତା ଏବଂ ପଗଡ଼ି ପିନ୍ଧି ପାରମ୍ପରିକ‌ ଲୁକ୍‌ରେ ନଜର ଆସିଲେ ବିଗ୍‌ ବି, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଗତ ମଙ୍ଗଳବାର ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଭାବେ ବହୁତ୍‌ ଖାସ୍‌ ଥିଲା। ଏହି ଦିନ ବିଗ୍‌ ବି କାମ କରିବା ସହ ନିଜ ପରିବାରକୁ ମଧ୍ୟ ସମୟ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଗ୍‌ ବି ଏହି ଦୁଇଟି କାମ ଏକାଠି କରିପାରିଥିଲେ। ଅର୍ଥାତ ଅମିତାଭ ପତ୍ନୀ ଜୟା ବଚ୍ଚନ ଏବଂ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହ ଏକ ପ୍ରୋଜେକ୍ଟ ସୁଟିଂ କରିଛନ୍ତି। ଏହି ସୁଟିଂ ସେଟ୍‌ ର କିଛି ଫଟୋ ମଧ୍ୟ ଅମିତାଭ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

big b1ବିଗ୍‌ ବି ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାନ୍ତି। ଏହି ଜରିଆରେ ସେ ସର୍ବଦା ପ୍ରଶଂସକଙ୍କୁ ସମସ୍ତ ପ୍ରମୁଖ ଘଟଣା ସମ୍ପର୍କରେ ସୂଚନା ଦେଇଥାନ୍ତି। ଗତ ମଙ୍ଗଳବାର ମଧ୍ୟ ସେ ଏହା ହିଁ କରିଥିଲେ। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋରେ ବିଗ୍‌ ବିଙ୍କ ସହ ପତ୍ନୀ ଜୟା ଏବଂ ଝିଅ ଶ୍ୱେତା ସୁଟିଂ ପାଇଁ ପ୍ରସ୍ତୁତ ହେଉଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରିବା ସହ ବିଗ୍‌ ବି ଲେଖିଛନ୍ତି, ‘ପୂରା ପରିବାର କାମରେ’।

ଏହି ଫଟୋରେ ୩ଜଣ କଳାକାର ସାଂସ୍କୃତିକ ପରିଧାନରେ ନଜର ଆସିଛନ୍ତି। ଏଥିସହ ଏଭଳି ପରିସ୍ଥିତିରେ କାମ କରିବାର ଅନୁଭୂତିକୁ ମଧ୍ୟ ବିଗ୍‌ ବି ସେୟାର କରିଛନ୍ତି। ଅମିତାଭ୍‌ କହିଛନ୍ତି, ଯେତେବେଳେ ପରିବାର ଏକାଠି କାମ କରିଥାଏ ସେତେବେଳେ ଏକଜୁଟତା ରହିବା ସହ ସବୁକିଛି ଠିକ୍‌ ଭାବରେ ହୋଇଥାଏ। ଏଥିପାଇଁ ଉପଦେଶ ଏବଂ ପରାମର୍ଶ ଦିଆଯାଇଥାଏ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ସୂଚନାଯୋଗ୍ୟ, ଅମିତାଭଙ୍କୁ ୭୮ ବର୍ଷ ବୟସ ହେବା ପରେ ବି ସେ ଫିଲ୍ମ ସୁଟିଂରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ବିଗ୍‌ ବି ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି ୧୨’ ସିଜିନ୍‌ର ସୁଟିଂ କରୁଛନ୍ତି। ଅନ୍ୟପଟେ ଅମିତାଭ‌ଙ୍କ ଅନେକ ଫିଲ୍ମ ଲାଇନ୍‌ରେ ଅଛି କିନ୍ତୁ କୌଣସି ଫିଲ୍ମର ସୁଟିଂ ବର୍ତ୍ତମାନ ଆରମ୍ଭ କରାଯାଇନାହିଁ।

Leave A Reply

Your email address will not be published.