ଚାଉଳ ଅଖାରେ ତିଆରି ଜିନ୍ସ ପ୍ୟାଣ୍ଟ, ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ

ପୃଥିବୀରେ ଫ୍ୟାସନ ପ୍ରିୟ ଲୋକଙ୍କ ସଂଖ୍ୟା କିଛି କମ ନାହିଁ । ଅଲୋଡା, ଅଦରକାରୀ ଜିନିଷ ମାନକୁ ନୂଆ ରୂପ ଦେଇ ଲାଟେଷ୍ଟ ଫ୍ୟାସନ ତାଲିକାରେ ସାମିଲ କରିବାରେ ଏମାନେ ବେଶ ଧୁରନ୍ଧର । ଆଉ ଏମାନଙ୍କ ଏହି ଅନ୍ଦାଜ ଦେଖିଲେ ବେଳେ ବେଳେ ତ ଏମିତି ଲାଗେ ସତରେ କଣ ଏମିତି ହେଇପାରିବ । ଏମାନଙ୍କ ମଧ୍ୟରୁ କେତେ ଜଣ ଭିନ୍ନ ଭିନ୍ନ ଅନ୍ଦାଜରେ ପୋଷାକ ପ୍ରସ୍ତୁତ କରି ପିନ୍ଧି ନିଜ ସଉକ ପୁରଣ କରିବାକୁ ପସନ୍ଦ କରନ୍ତି ତ କିଛି ଜଣ ଭଳି କି ଭଳି ଗାଡି କିଣି ନିଜ ଇଚ୍ଛା ପୂରଣ କରନ୍ତି । ଆଉ ଏହି ସବୁର ଫଟୋ ସୋସିଆଲ ମିଡ଼ିଆ ମାନଙ୍କରେ ସେୟାର ବି କରନ୍ତି । ଏମିତିବି ଦେଖିବାକୁ ମିଳେ କିଏ କଦଳୀ ପତ୍ରକୁ ସ୍କଟ କରି ପିନ୍ଧନ୍ତି ତ କିଏ ଘାସରେ ଚପଲ କରି ପିନ୍ଧନ୍ତି । ଏମିତିକି ବଲିଉଡ ସେଲିବ୍ରିଟି ମାନେ ମଧ୍ୟ ଏସବୁ ହରକତରୁ ବାଦ ପଡିନାହାନ୍ତି ।

ନିଜ ହାତରେ ଜିନିଷ ମାନ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରୁଥିବା ନଜର ଆସୁଛନ୍ତି । କିନ୍ତୁ ନିକଟରେ ଏମିତି ଏକ ଜିନ୍ସ ପ୍ୟାଣ୍ଟର ଫଟୋ ଟ୍ୱିଟର ଆକାଉଣ୍ଟରେ ସେୟାର ହେଉଛି ଯାହାକୁ ସାଧାରଣ ଲୋକଙ୍କ ବ୍ୟତୀତ ଆଇଏଏସ,ଆଇପିଏସ, ଆଇଏଫଏସ ଅଧିକାରୀ ମାନେ ବି ଲାଇକ କରି ରିଟ୍ୱିଟ କରିବାକୁ ପଛାଇ ନାହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୋସିଆଲ ମିଡିଆରେ ସେୟାର ହେଉଥିବା ଏହି ଜିନ୍ସ ପ୍ୟାଣ୍ଟଟି କପଡା କି କାଗଜ ନୁହେଁ ଚାଉଳ ଓ ଚିନି ଭର୍ତ୍ତି ହୋଇ ଆସୁଥିବା ସୂତା ଅଖାରେ ତିଆରି ହୋଇଛି । ଏହି

ନିଆରା ଜିନ୍ସ ପ୍ୟାଣ୍ଟର ଫଟୋ ଟ୍ୱିଟର ୟୁଜର ତଥା ଆଇପିଏସ ଅଫିସର @ଅରୁଣବୋଥ୍ରା ନିଜେ ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଏକ ଇମୋଜୀ ସହ ଲେଖିଛନ୍ତି “ଠିକ ହେ” । ସେୟାର ହେଉ ହେଉ ଏହି ଫଟୋଟି ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ ଏହାକୁ ୬ ହଜାରରୁ ଅଧିକ ସଂଖ୍ୟକ ଲାଇକ ମିଳି ସାରିଲାଣି | ଏମିତିକି ସାଧାରଣ ଲୋକଙ୍କ ବ୍ୟତୀତ ଜଣାଶୁଣା ଆଇଏଏସ ତଥା ଆଇଏଫଏସ ଅଧିକାରୀ ମାନେ ମଧ୍ୟ ଏହା ଉପରେ କମେନ୍ଟ ଦେବା ସହ ଏହାକୁ ରି ଟ୍ୱିଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.