କନ୍ଧମାଳର ଯୋଡା ମୁଣ୍ଡ ଶିଶୁ କାଳିଆର ଅବସ୍ଥା ସଂକଟାପନ୍ନ, ଭେଣ୍ଟିଲେଟରରେ ରଖାଯାଇ ଚିଲିଛି ଚିକିତ୍ସା

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳର  ଯୋଡା  ମୁଣ୍ଡ ଶିଶୁ  କାଳିଆର ଅବସ୍ଥା ସଂକଟାପନ୍ନ। କଟକ ଏସସିବିରେ ଚାଲିଛି ଚିକିତ୍ସା। ତା ଅବସ୍ଥା ଗୁରୁତର ଥିବାର ସୂଚନା ଦେଇଛନ୍ତି ଏସିବି ଅଧିକ୍ଷକ ଡ.ଲୁସି ଦାସ । ଏମ୍ସରୁ ଯୋଡା ମୁଣ୍ଡ  ଅଲଗା ହେବା ପରେ କଟକ ଏସବିରେ ଚିକିତ୍ସାଧୀନ ଥିଲା କାଳିଆ। ବଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ କାଳିଆ ବେଡରୁ ଉଠି ପାରୁନଥିଲା ।

ଡାକ୍ତର କହିଥିଲେ ସ୍ନାୟୁ ଅସୁବିଧା ପାଇଁ କାଳିଆକୁ ସୁସ୍ଥ  ହେବା ପାଇଁ  କିଛି  ଦିନ ସମୟ ଲାଗିବ।  କିନ୍ତୁ ତାର ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟବସ୍ଥାରେ କୌଣସି  ଉନ୍ନତି ପରିଲକ୍ଷିତ ହେଉନଥିଲା। ତାର ଦେଖା ରଖା କରିବା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଥିଲେ। ଏବେ ତାର ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଅଛି। ସେଥିପାଇଁ ତାକୁ ଭେଣ୍ଟିଲେଟରରେ ରଖା ଯାଇ ଚିକିତ୍ସା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.