କଟକ: କଟକରୁ ପୁଣି ନକଲି ଘିଅ କାରଖାନା ଠାବ। ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍। ଉକ୍ତ ନକଲି କାରଖାନାକୁ ସିଲ କରାଯାଇଛି। ମାଲଗୋଦାମରୁ ଏତେ ପରିମାଣର ନକଲି ଘିଅ ଜବତ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ନେଇ ଜଣାପଡିଥିଲା।
ସୂଚନା ଥାଉକି, ଗତ କିଛି ଦିନ ତଳେ ଚୌଦ୍ୱାରରେ ଏକ ନକଲି ଘିଅ ଓ ସସ୍ କାରଖାନା ଠାବ କରାଯାଇଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୋଲିସ୍ ଜବତ କରିଥିଲା । ନକଲି କାରଖାନା ଚାଲୁଥିବା ନେଇ ପୋଲିସ୍ ଜାଣିବାପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା। ତେବେ ଟଙ୍କା ପାଇଁ ଏଭଳି ନକଲି ଜିନିଷ ତିଆରି କରି ଲୋକଙ୍କୁ ବୋକା ବନାଉଥିବା ଅପରାଧିମାନଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।