ପୁଣି ଥରେ ସୋସିଆଲ ମିଡିଆରେ ଧମାଲ୍ ମଚାଉଛି ପ୍ରିୟା ପ୍ରକାଶଙ୍କ ଭିଡିଓ, ଦେଖନ୍ତୁ କ’ଣ ରହିଛି ଏଥିରେ

ସାଉଥ୍ ଇଣ୍ଡିଆନ୍ ଫିଲ୍ମର ନାମିଦାମୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର ନିଜର ଏକ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ନିଜର ପ୍ରଥମ ଭିଡିଓରେ ପ୍ରିୟା ପ୍ରକାଶ ଆଖି ମାରି କେବଳ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିନଥିଲେ ବରଂ ନିଜର ଅଭିନୟ ଦ୍ୱାରା ମଧ୍ୟ ଦର୍ଶକଙ୍କୁ ନିଜର ଦିଓ୍ଵାନା କରିପାରିଥିଲେ। ଏସବୁ ମଧ୍ୟରେ ପ୍ରିୟାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ପ୍ରିୟା ଆଖି ମାରି ନାହାଁନ୍ତି ବରଂ ନିଜ ସ୍ୱର ଦ୍ୱାରା ଦର୍ଶକଙ୍କୁ ଆକର୍ଷିତ କରିଥିବାର ନଜର ଆସିଛନ୍ତି।
ପ୍ରିୟା ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରିୟା କୌଣସି ପାର୍ଟି ବା ଫକ୍ସନରେ ଗୀତ ଗୁଣୁ ଗୁଣୁ କରୁଥିବାର ଦେଖିବାକୁ ମିଳିଛନ୍ତି । ଏଠାରେ ସେ ସମସ୍ତଙ୍କ ସାମ୍ନାରେ ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ଏ ଦିଲ୍ ମୁସକିଲ’ ର ଫେମସ୍ ଗୀତ ‘ଚନ୍ନା ମେରେୟା’ ଗୀତ ବୋଲୁଥିବାର ନଜର ଆସିଛନ୍ତି।
View this post on Instagram
ଏହି ଭିଡିଓରେ ପ୍ରିୟାଙ୍କ ଆଖ-ପାଖରେ ଥିବା ଲୋକମାନେ ତାଙ୍କୁ ଚିୟର୍ ମଧ୍ୟ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ପ୍ରିୟା ମେରୁନ୍ କଲର୍ ର ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ପ୍ରିୟାଙ୍କ ଏହି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ପତିକ୍ରିୟା ମଧ୍ୟ ଦେଇଛନ୍ତି।