୧୩ କୋଟିରୁ ଉର୍ଦ୍ଧ୍ବ ନୀଳ ଜହର ଚାଷ ପୋଡି ନଷ୍ଟ କଲା ମୋହନା ପୋଲିସ୍ ଏବଂ ଅବକାରୀ ବିଭାଗ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତର ବୁଡୁଣି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ କାଟି, ପୋଡି ନଷ୍ଟ କରାଯାଇଛି l

ଉକ୍ତ ଅଞ୍ଚଳରେ ୬୭ ଏକର ଜମିରେ ଏହି ନୀଳ ଜହର ଚାଷ କରାଯାଇଥିଲା l ତେବେ ଏହି ଅଭିଯାନରେ ମୋହନା ପୋଲିସ୍ ଏବଂ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ହୋଇଥିଲେ। ପୋଲିସ୍ ସୂଚନା ମୁତାବକ, ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୧୩ କୋଟି ୨୩ ଲକ୍ଷ ହେବ।

You might also like