ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ ଭଗବାନ ଶଙ୍କର, ଜାଣନ୍ତୁ କ’ଣ ରହିଛି ମହତ୍ୱ

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ‘‘ବୈକୁଣ୍ଠ ଚତୁର୍ଦ୍ଦଶୀ’ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ୨୯ ନଭେମ୍ବରରେ ପଡୁଛି। ଏହି ଦିନ ବୈକୁଣ୍ଠର ଅଧିପତି ଭଗବାନ ବିଷ୍ଣୁଙ୍କ ପୂଜା-ଆରାଧନା କରିବାର ବିଧାନ ରହିଛି। ଏହି ଦିନ ଭଗବାନ ଶଙ୍କର ଏବଂ ବିଷ୍ଣୁଙ୍କର ମିଳନକୁ ଦର୍ଶାଇଥାଏ। ତେଣୁ ବୈକୁଣ୍ଠ ଚତୁର୍ଦ୍ଦଶୀକୁ ହରିହର ମିଳନ ମଧ୍ୟ କୁହାଯାଇଥାଏ। ଏହି ଦିନ ପଦ୍ମ ଫୁଲ ଦେଇ ନାରାୟଣଙ୍କ ପୂଜା କରନ୍ତୁ। ମାନ୍ୟତା ରହିଛି, ଏହି ଦିନ ପୂଜା କରିବା ଦ୍ୱାରା ବୈକୁଣ୍ଠ ଧାମ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ବ୍ରତର କଥା ଏବଂ ବିଧାନ।

bishnuପୌରାଣିକ କଥା ଅନୁଯାୟୀ, ଥରେ ଭଗବାନ ବିଷ୍ଣୁ ଶଙ୍କରଙ୍କ ଦର୍ଶନ ପାଇଁ ମହାଦେବଙ୍କ ନଗରୀ କାଶୀ ଯାଇଥିଲେ। ଏହାପରେ ବିଷ୍ଣୁ ମଣିକର୍ଣ୍ଣିକା ଘାଟରେ ସ୍ନାନ ସାରି ଏକ ହଜାର ପଦ୍ମଫୁଲରେ ଭଗବାନ ଶଙ୍କରଙ୍କ ପୂଜା କରିବା ପାଇଁ ସଂକଳ୍ପ କରିଥିଲେ। ଏହି ସମୟରେ ଭଗବାନ ଶଙ୍କର, ବିଷ୍ଣୁଙ୍କୁ ପରୀକ୍ଷା କରିବା ପାଇଁ ସେଥିରୁ ଗୋଟିଏ ପଦ୍ମ ଫୁଲ କମ୍‌ କରିଦେଇଥିଲେ। ଗୋଟିଏ ପଦ୍ମ ଫୁଲ କମ୍‌ ହୋଇଯିବା ପରେ ସେହି ପଦ୍ମଫୁଲ ପୂରଣ କରିବା ପାଇଁ ବିଷ୍ଣୁ ଭଗବାନ ନିଜର ନୟନ କମଳ (ଆଖି) ଅର୍ପଣ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହା ଦେଖି ଭଗବାନ ଶିବ, ବିଷ୍ଣୁଙ୍କ ସମ୍ମୁଖରେ ପକ୍ରଟ ହୋଇ କହିଥିଲେ ଆପଣଙ୍କ ସମାନ ମୋର କୌଣସି ଭକ୍ତ ନାହାଁନ୍ତି। ଏହି ସମୟରେ ଭଗବାନ ଶଙ୍କର କହିଥିଲେ, ଆଜି ଠାରୁ କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ବୈକୁଣ୍ଠ ଚତୁର୍ଦ୍ଦଶୀ ନାମରେ ନାମିତ ହେବ। ଏଥିସହ ବିଷ୍ଣୁଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଶିବ ତାଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ।

lord shivaବୈକୁଣ୍ଠ ଚତୁର୍ଦ୍ଦଶୀ ବ୍ରତର ବିଧାନ

ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ପ୍ରାତଃକାଳରୁ ସ୍ନାନ କାର୍ଯ୍ୟ ସାରି ସଫା ବସ୍ତ୍ର ଧାରଣ କରନ୍ତୁ। ଭଗବାନଙ୍କ ସମକ୍ଷ ବ୍ରତର ସଂକଳ୍ପ କରନ୍ତୁ। ରାତି ସମୟରେ ପଦ୍ମ ଫୁଲ ଦ୍ୱାରା ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ଏଥିସହ ଭଗବାନ ଶଙ୍କରଙ୍କୁ ମଧ୍ୟ ବିଧି-ବିଧାନର ସହ ପୂଜା କରନ୍ତୁ। ଏହି ପୂଜାର ପରଦିନ ପ୍ରାତଃକାଳରୁ ଉଠି ଶିବଙ୍କ ପୂଜା କରି ଗରିବ ଲୋକଙ୍କୁ ଭୋଜନ କରିବାକୁ ଦିଅନ୍ତୁ । ଏପରି କରି ଆପଣଙ୍କ ବ୍ରତ ପୂରଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.