ପ୍ରକୃତରେ କେତେ ଘଣ୍ଟା ଭାରତ ବନ୍ଦ ରହିବ? ଚାଷୀ ସଂଗଠନ କହୁଛି ୪ ଘଣ୍ଟା କିନ୍ତୁ ରାଜନୈତିକ ଦଳ କହୁଛି ୧୨ ଘଣ୍ଟା

କେନ୍ୟୁଜ୍(ବ୍ୟୁରୋ):  ପ୍ରକୃତରେ କେତେ ଘଣ୍ଟା ଭାରତ ବନ୍ଦ ରହିବ। ଏହାକୂ ନେଇ ଦ୍ବନ୍ଦ ବଢିବାରେ ଲାଗିଛି। ବାସ୍ତବରେ କେତେ ସମୟ ପାଇଁ ଭାରତ ବନ୍ଦ ରହିବ। କହିବାକୁ  ଗଲେ ଚାଷୀ ସଂଗଠନ ୪ ଘଣ୍ଟା ପାଇଁ ଭାରତ ବନ୍ଦ ରଖିବାକୁ ଆହ୍ବାନ ଦେଇଥିବା ବେଳେ କଂଗ୍ରେସ,ସିପିଆଇ ଭଳି ୧୮ଟି  ରାଜନୈତିକ ଦଳ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅର୍ଥାତ ୧୨ ଘଣ୍ଟା ପାଇଁ ସମ୍ପର୍ଣ୍ଣ ବନ୍ଦ ରଖିବାକୁ ଆହ୍ବାନ ଦେଇଛନ୍ତି ।

home

ତେବେ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ଓ ବରଗାଡ଼ିକୁ ଅଟକାଯିବ ନାହିଁ ବୋଲି କୁହାଯାଇଛି। ତେବେ ଆଜି ଦିନ ତମାମ ୪ଘଣ୍ଟିଆ ବନ୍ଦ ଡାକରା ପାଇଁ କୁହାଯାଉଥିବା  ବେଳେ ହଠାତ କିଛି ରାଜନୈତିକ ଦଳ ଏହାକୁ ପରିବର୍ତ୍ତନ କରି କାହିଁକି ୧୨ ଘଣ୍ଟା ପାଇଁ ଆହ୍ବାନ ଦେଲେ  ତାହା ଜଣା ପଡିନାହିଁ।

Leave A Reply

Your email address will not be published.