ଢେଙ୍କାନାଳ ବନଖଣ୍ଡ ଅଧିନ ଘଟିପିସି ସେକ୍ସନରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧିନ ଘଟିପିସି ସେକ୍ସନରେ ହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଚାଷୀ ଜଣଙ୍କ ବୁଧେଇବେରେଣୀ ଗ୍ରାମର ଚଇନ ସାହୁ। ନିଜ ଜମିର ଫସଲ ଜଗିବାକୁ ଯାଇ ଦନ୍ତା  ହାବୁଡ଼ରେ ପଡିଥିଲେ ଚାଷୀ ଚଇନ ସାହୁ । ଗତ ସପ୍ତାହରେ ଗଁଦିଆ ଅଞ୍ଚଳରେ ଚାଷିଙ୍କର ମୃତ୍ୟୁ ହୋଇଥିବାବେଳେ ପୁନଶ୍ଚ ଘଟିପିରି ସେକ୍ସନରେ ଚାଷିଙ୍କର ମୃତ୍ୟୁ ହୋଇଛି ।

ELEPHANT ATTACK

ସୂଚନା ଥାଉକି, ଗତକାଲି ରାତିରେ ଚାଷିଙ୍କ ମୃତ୍ୟୁ ହୋଇଥିବାରୁ ଗ୍ରାମବାସୀମାନେ ରାତିରେ ଶବକୁ ଛାଡିନଥିଲେ। ଯାହାଦ୍ୱାରା ବନ କର୍ମଚାରୀ ଓ ପୋଲିସ ରାତିସାରା ସେଠାର ଜଗି ରହିଥିଲେ । ଯାହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଆଜି ସକାଳୁ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଥିଲା । ମୃତ ଚାଷିଙ୍କୁ ଉଚିତ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.