ଚାଷୀଙ୍କ ସହ ଆଲୋଚନାରୁ ଫେରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଗୃହବନ୍ଦୀ! ଅଭିଯୋଗ କରିଛି ଆପ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗୃହବନ୍ଦୀ । ଦିଲ୍ଲୀ ପୋଲିସ ଗୃହବନ୍ଦୀ କରି ରଖିଥିବା ଅଭିଯୋଗ କରିଛି ଆପ୍‌ । ଗତକାଲି ସିଙ୍ଘୁ ବର୍ଡରରୁ ଚାଷୀଙ୍କ ସହ ଆଲୋଚନାରୁ ଫେରିବା ପରେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା କହିଛନ୍ତି ଆପ୍‌ ନେତା ସୌରଭ ଭରଦ୍ୱାଜ୍‌ । ସୌରଭ ଭରଦ୍ୱାଜ୍‌ ଏବେ ଦିଲ୍ଲୀ ଗୃହମନ୍ତ୍ରୀ ଅଛନ୍ତି ।

କେଜ୍ରଓ୍ଵାଲ୍‌ ଚାଷୀ ଆନ୍ଦୋଳନ ଓ ଭାରତ ବନ୍ଦକୁ ସମର୍ଥନ କରିବା ପରେ କେନ୍ଦ୍ର ସରକାର ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ବାସଭବନ ଚାରିପଟେ ପୋଲିସ ବାରିକେଡ କରିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ବିଧାୟକଙ୍କୁ ଭିତରକୁ ଛଡ଼ା ଯାଉନାହିଁ । ଏହାସହ ଘର ଭିତରୁ ବାହାରକୁ ଛଡା ଯାଉନଥିବା କହିଛନ୍ତି ସୌରଭ ଭରଦ୍ୱାଜ୍‌ । ଅନ୍ୟପଟେ ଆପ୍‌ର ଅଭିଯୋଗ ଭିତ୍ତିହୀନ । ତାଙ୍କୁ ଗୃହବନ୍ଦୀ କରାଯାଇନଥିବା କହିଛି ଦିଲ୍ଲୀ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.