ବିବାହ ପୂର୍ବରୁ ନେହା କରିଥିଲେ ପ୍ରପୋଜ କିନ୍ତୁ ରୋହନପ୍ରୀତ କରିଦେଇଥିଲେ ମନା, ତା’ ପରେ ହେଲା ଏମିତି

ସିଙ୍ଗର ନେହା କକ୍କର ରୋହନପ୍ରୀତ ସିଂହଙ୍କ ସହ ବିବାହ କରି ନିଜ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ଏବେ ଜୀବନର ଏହି ନୂଆ ପର୍ଯ୍ୟାୟକୁ ଖୁବ୍ ଉପଭୋଗ ବି କରୁଛନ୍ତି । ନିକଟରେ କପିଲ ଶର୍ମା ସୋ’ରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହ ଆସି ଅନେକ କଥାର ରାଜ୍ ଖୋଲିଥିଲେ।

ନିଜର ପ୍ରଥମ ସାକ୍ଷାତ୍କାର ବିଷୟରେ ନେହା କକ୍କର କହିଥିଲେ , ଉଭୟ ପ୍ରଥମ ଥର ଅଗଷ୍ଟ ମାସରେ ଚଣ୍ଡିଗଡ଼ରେ ପରସ୍ପରକୁ ଭେଟିଥିଲେ । ନେହା କହିଥିଲେ କି ରୋହନପ୍ରୀତଙ୍କୁ ମଧ୍ୟ ସେହି ପ୍ରଥମ ସାକ୍ଷାତ୍କାର ସହ ଜଡ଼ିତ ସବୁ କଥା ମନେଅଛି । ତେବେବେ ରୋହନପ୍ରୀତଙ୍କୁ ଏହି ବିଷୟରେ ପଚରା ଯାଇଥିଲା ସେ କହିଥିଲେ କି ତାଙ୍କୁ ଅଡିସନ ପାଇଁ ଡକାଯାଇଥିଲା ଏବଂ ଯେଉଁ ଗୀତରେ ସେ ଅଡିସନ ପାଇଁ ଡକାଯାଇଥିଲା , ଏହାକୁ ନେହା ଲେଖିଥିଲେ ଏବଂ ମ୍ୟୁଜିକ୍ ମଧ୍ୟ ନେହା ହିଁ ଦେଇଥିଲେ ।

neha

ନେହା ମଧ୍ୟ ଏହିକଥାର ଖୁଲାସା କରିଥିଲେ କି ସୁଟ୍ ସରିବା ପରେ ରୋହନ ନେହାଙ୍କୁ ତାଙ୍କର ସ୍ନାପଚାଟ୍ ଆଇଡି ମଧ୍ୟ ମାଗିଥିଲେ । କିନ୍ତୁ ସେ ନେହାଙ୍କୁ ହ୍ୱାଟ୍ସଆପ୍ରେ ମେସେଜ୍ କରିଥିଲେ । ରୋହନଙ୍କୁ ଏହି ରିଲେସନରେ ବହୁତ ମୁସ୍କିଲ ଥିଲା । ନେହା କହିଥିଲେ ପ୍ରଥମେ ଏହାକୁ ନେଇ ରୋହନ ବହୁତ ଭାବିଥିଲେ । ସେ ବାରମ୍ୱାର କହୁଥିଲେ ସେ ବର୍ତ୍ତମାନ ୨୫ ବର୍ଷର । ବିବାହ ପାଇଁ ଟିକେ ରାଜି ହେଉନଥିଲେ । ହେଲେ ଦିନେ ନିଜ ତରଫରୁ ରୋହନ କହି ଦେଇଥିଲେ ତୁମ ବିନା ଆଉ ରହିପାରିବିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.