Below header

ହଠାତ୍ ହାଇୱେରେ ଉପରେ ଲ୍ୟାଣ୍ଡିଂ ହେଲା ପ୍ଲେନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳିଥାଏ । ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ପ୍ଲେନ୍ ଲ୍ୟାଣ୍ଡିଂ ହେବାର ଭିଡିଓ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ପ୍ଲେନଟିକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଛି, ଯାହାର ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ରିପୋର୍ଟ ଅନୁଯାୟୀ, ଘଟଣାଟି ଘଟିଛି ଗତ ବୁଧବାର ରାତି ୯.୩୦ ମିନିଟ୍ ରେ ଆମେରିକାର ମିନେସୋଟରେ । ଏଠାରେ ହାଇୱେ ଉପରେ ଚାଲୁଥିବା ଚଳନ୍ତା କାର୍ ଉପରେ ଏକ ସିଙ୍ଗଲ୍ ଇଞ୍ଜିନ୍ ପ୍ଲେନ୍ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା । ଉକ୍ତ ଘଟଣାରେ ପ୍ଲେନ୍ ଟି ଏକ କାର୍ କୁ ଧକ୍କା ଦେଇଥିଲା । କିନ୍ତୁ ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ଉକ୍ତ ଘଟଣାର ଭିଡିଓଟି ମିନେସୋଟା ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସପୋର୍ଟ, ତା’ର ଟ୍ଵିଟରରେ ସେୟାର କରିଛି ।

flightଏହି ଭିଡିଓ ସେୟାର ହେବା ସହ କ୍ୟାପସନ୍ ରେ ଲେଖାଯାଇଛି, ‘ଗତ ରାତିରେ ଏକ ପ୍ଲେନ୍ ୩୫ ଡବ୍ଲ୍ୟୁ ହାଇେଓ୍ଵ ଉପରେ ଲ୍ୟାଣ୍ଡିଂ ହୋଇଥିଲା । କିନ୍ତୁ ଦୁଘର୍ଟଣାରେ କାହାର କିଛି କ୍ଷତି ହୋଇନଥିବାରୁ ଆମେ ଅତ୍ୟନ୍ତ ଖୁସି । ପାଇଟଲଙ୍କ ବୁଝାବଣା ଯୋଗୁ ବହୁତ ବଡ଼ ଦୁଘର୍ଟଣାରୁ ରକ୍ଷା ମିଳିପାରିଛି ।’

ସୂଚନାଯୋଗ୍ୟ ଉକ୍ତ ଭିଡିଓକୁ ଗତ ୪ ଡିସେମ୍ବରରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଏହି ଭିଡିଓକୁ ବର୍ତ୍ତମାନ ୧.୧ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି । ଏଥିସହ ୨ ହଜାରରୁ ଅଧିକ ଲାଇକ୍ ଏବଂ ଏକ ହଜାରରୁ ଅଧିକ ଥର ରି-ଟ୍ଵିଟ୍ କରାଯାଇଛି। ଅନ୍ୟପଟେ ପ୍ଲେନ୍ ଟି କାହିଁକି ଜରୁରୀ ପରିସ୍ଥିତିରେ ଲ୍ୟାଣ୍ଡିଂ ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.