ଶକୁନି ମାମା କେବେ ବି ପଶାପାଲି ଖେଳରେ ହାରିନଥିବା କଥା ଆପଣମାନେ ସମସ୍ତେ ଜାଣିଥିବେ। ଏହି ଖେଳକୁ ଶକୁନି ମାମା ଦୁର୍ଯ୍ୟୋଧନଙ୍କୁ ପାଣ୍ଡବଙ୍କ ସହ ଖେଳିବା ପାଇଁ କହିଥିଲେ। ସେ କୌରବଙ୍କ ପକ୍ଷରେ ଥିବାର ଅଭିନୟ କରୁଥିଲେ କିନ୍ତୁ ବାସ୍ତବରେ ସେ କୌରବଙ୍କ ବର୍ବାଦ ହିଁ ଚାହୁଁଥିଲେ। ଶକୁନି ମାମାଙ୍କ ବିଷୟରେ ଆପଣମାନେ ନିଶ୍ଚୟ ଶୁଣିଥିବେ, ସେ ଯାହା କହୁଥିଲେ ସେହି ଅଙ୍କ ତାଙ୍କ ପାଖକୁ ଆସୁଥିଲା। କିନ୍ତୁ ଆଜି ଆମେ ଆପଣଙ୍କୁ ଶକୁନି ମାମାଙ୍କ ସହ ଜଡିତ ଏକ ରହସ୍ୟ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଥିବେ।
ଶକୁନି ମାମାଙ୍କ ପାଖରେ ଜୁଆ ଖେଳିବା ପାଇଁ ଯେଉଁ ପଶା ରହିଥିଲା ତାହା ତାଙ୍କ ମୃତ ପିତାଙ୍କ ହାଡ଼ରେ ତିଆରି ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ଶକୁନି ତାଙ୍କର କିଛି ହାଡ଼ ନିଜ ପାଖରେ ରଖିଥିଲେ। ପ୍ରତ୍ୟେକ ସମୟରେ ଶକୁନି ସୁଯୋଗ ଖୋଜିଥାନ୍ତି, କୈାରବଙ୍କ ଠାରୁ ବଦଲା ନେବା ପାଇଁ । ଯାହାଦ୍ୱାରା କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ କରାଇଥିଲେ ମାମା ଶକୁନି ଏହି ପଶା ଖେଳ ମାଧ୍ୟମରେ ।
ଏହାମଧ୍ୟ କୁହାଯାଇଥାଏ ଶକୁନିଙ୍କ ପାଖରେ ତାଙ୍କ ପିତାଙ୍କ ଆତ୍ମା ବାସ କରିଥିଲା। ଏହି କାରଣରୁ ପଶା ଶକୁନିଙ୍କ କଥା ମାନୁଥିଲା। କୁହାଯାଇଥାଏ ଶକୁନିଙ୍କ ପିତା ମୃତ୍ୟୁ ପୂର୍ବରୁ ପୁତ୍ରକୁ କହିଥିଲେ, ମୋ ହାଡ଼ରେ ପଶା ତିଆରି କରିବ, ଏହା ସର୍ବଦା ତୁମର ଆଜ୍ଞା ମାନିବ। ଏଥିସହ ତୁମକୁ ଜୁଆ ଖେଳରେ ମଧ୍ୟ କେହି ହରାଇପାରିବେନି। ଫଳରେ ଶକୁନି ସେହି ହାଡ଼କୁ ପଶା ଖେଳରେ ବ୍ୟବହାର କରି କୈାରବଙ୍କ ବଂଶ ଲୋପ କରି ନିଜ ବଂଶ ନାଶର ପ୍ରତିଶୋଧ ନେଇଥିଲେ ।
ଏହାବ୍ୟତୀତ ଶକୁନିଙ୍କ ବିଷୟରେ ଏହାମଧ୍ୟ କୁହାଯାଇଥାଏ, ତାଙ୍କ ପାଖରେ ଏକ ଜୀବିତ ଭଅଁର ରହିଥିଲା। ଏହି ଭଅଁର ସବୁ ସମୟରେ ଶକୁନିଙ୍କ ପାଦ ତଳେ ଆସି ପଡୁଥିଲା। ଏଥିପାଇଁ ଯେତେବେଳେ ପଶା ପଡ଼ୁଥିଲା ସେତେବେଳେ ୬ ଅଙ୍କ ହିଁ ଦର୍ଶାଉଥିଲା । ଶକୁନି ମଧ୍ୟ ଏହି କଥା ପ୍ରତି ସଚେତନ ଥିଲେ। ଏହି କାରଣରୁ ସେ ପଶା ଖେଳରେ କେବଳ ୬ ଅଙ୍କ ହିଁ ଡାକୁଥିଲେ।