ଦେଶରେ ଛଅ ମାସ ପରେ ମଙ୍ଗଳବାର ଦିନ ପୁଣି ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ତେଣୁ ମୁମ୍ବାଇ ସମେତ ଅନ୍ୟ କିଛି ସହରରେ ଏବେ ବି କରୋନା ସଂକ୍ରମଣକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯାଉଛି। ସୂଚନା ମୁତାବକ ମୁମ୍ବାଇରେ ୨୨ ଡିସମ୍ବେର ଠାରୁ ୫ ଜାନୁୟାରୀ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଯାଇଛି।
ତେବେ ଏହିସବୁ ମଧ୍ୟରେ ମୁମ୍ବାଇ ଏୟାରପୋର୍ଟ ପାଖରେ ଥିବା ଡ୍ରାଗନ ଫ୍ଲାଏ ନାମକ ଏକ ପବରେ ପୋଲିସ ଚଢ଼ାଉ କରିଥିଲା। ଯେଉଁଥିରେ ୩୪ ଜଣଙ୍କ ବିରୋଧରେ କରୋନା ସଂକ୍ରମଣ ନିୟମ ଏବଂ ଲକଡାଉନ ଉଲଙ୍ଘନ କରିବା ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ଏହି ୩୪ ଜଣଙ୍କ ମଧ୍ୟରୁ ଅଧିକ ସେଲିବ୍ରିଟୀ ଥିଲେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରେ କ୍ରିକେଟର ସୁରେଶ ରାଇନାଙ୍କ ନାମ ମଧ୍ୟ ସାମିଲ ଅଛି। ସମସ୍ତଙ୍କୁ ଗିରଫ କରାଯାଇଛି। କିନ୍ତୁ ଏବେ ତାଙ୍କୁ ଜାମିନ ମିଳିଥିବା ସୂଚନା ରହିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୁମ୍ବାଇରେ କୋଭିଡ ଏବଂ ଲକଡାଉନ ନିୟମ ଅନୁଯାୟୀ ପବ୍ ଖୋଲାଯିବାର ଅଧିକତମ ସମୟ ହେଉଛି ରାତି ୧୧.୩୦। କିନ୍ତୁ ଯେଉଁ ପବରେ ଏମାନେ ପାର୍ଟି କରୁଥିଲେ ତାହା ସକାଳ ୪ଟା ପର୍ଯ୍ୟନ୍ତ ଖୋଲା ଥିଲା। ଯାହାପରେ ପୋଲିସ ପାଖରେ ଖବର ପହଁଚିଥଲା। ଏହାପରେ ଚଢ଼ାଉ କରି ୩୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।