ରାସ୍ତାରେ ବୁଲି ବୁଲି ବଥୁଆ ଶାଗ ବିକୁଥିଲେ ଏହି ବୃଦ୍ଧା ମହିଳା, ଏବେ ‘ଆମ୍ମା କା ପରାଠା’ ଦୋକାନର ମାଲିକାଣି

ଦିଲ୍ଲୀର ‘ବାବା କା ଢ଼ାବା’ ପରେ ଏବେ ଏମିତି ହିଁ ଏକ ମାମଲା ୟୁପିର ହାଥରସରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୭୫ ବର୍ଷୀୟା ବୃଦ୍ଧା ମହିଳା ରାସ୍ତାରେ ଚାଲି ଚାଲି ବଥୁଆ ଶାଗ ବିକୁଥିଲେ। ଏଥିରୁ ଯେଉଁ ଦୁଇ ପଇସା ବାହାରୁଥିଲା, ସେଥିରେ ବୃଦ୍ଧା ଜଣକ ନିଜର ଏବଂ ନିଜ ଝିଅର ଭରଣପୋଷଣ କରୁଥିଲେ। କିନ୍ତୁ ଏବେ ଏହି ବୃଦ୍ଧା ଏକ ଦୋକାନର ମାଲିକାଣି।

amma2

ସୂଚନାଥାଉ କି, ଦୀପକ ଶର୍ମା ନାମକ ବ୍ୟକ୍ତି ବଥୁଆ ଶାଗ ବିକୁଥିବା ଏହି ଆମ୍ମାଙ୍କର ଏକ ଭିଡ଼ିଓ ବନାଇ ତାହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେଇଥିଲେ, ଯାହାକି ଖୁବ ଭାଇରଲ ହୋଇଥିଲା। ଭିଡ଼ିଓ ଦେଖିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଉପରେ ଅବଗତ ହୋଇ ଆମ୍ମାଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

amma5

ମଙ୍ଗଳବାର ସିଏମଙ୍କ ନିର୍ଦ୍ଦେଶ ଅନୁସାରେ, ବୃଦ୍ଧା ମହିଳାଙ୍କ ପାଇଁ ‘ଆମ୍ମା କା ପରାଠା’ ନାମରେ ଏକ ଦୋକାନ ଖୋଲି ଦିଆଯାଇଛି। ହାଥରସ ଡିଏମ ପ୍ରବୀଣ କୁମାର ଆମ୍ମା ଶାନ୍ତିଦେବୀଙ୍କୁ ସରକାରୀ ଯୋଜନା ଅନ୍ତର୍ଗତ ବିଭିନ୍ନ ଲାଭ ଦେଇଥିଲେ ଏବଂ ଜୀବିକା ପାଇଁ ପରାଠାର ଏକ ଷ୍ଟଲ ପ୍ରଦାନ କରିଥିଲେ। ମଙ୍ଗଳବାର ଜିଲ୍ଲା ଅଧିକାରୀ ଆମ୍ମାଙ୍କ ଦୋକାନକୁ ଫିତା କାଟି ଉଦଘାଟନ କରିଥିଲେ।

Leave A Reply

Your email address will not be published.