ଡିଭାଇଡରରେ ପିଟି ହେଲା ମିନି ବସ୍, ଦୁର୍ଘଟଣାରେ ୧ ମୃତ ଓ ୧୫ରୁ ଉର୍ଦ୍ଧ୍ୱ ଗୁରୁତର

ରାଉରକେଲା(କେନ୍ୟୁଜ୍): ଡିଭାଇଡରରେ ପିଟି ହୋଇଗଲା ମିନି ବସ୍‌। ଦୁର୍ଘଟଣାରେ ୧ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର। ରାଉରକେଲା ପାନପୋଷ ବାଲୁଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମାଆ ତାରିଣୀ ନାମକ ଏକ ଘରୋଇ ବସ୍‌ ଲାଠିକଟାରୁ ରାଉରକେଲା ଆସୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.