ପଶ୍ଚିମ ପ୍ରଶାନ୍ତ ମହାସାଗର ସ୍ଥିତ ପଲାଓ ରିପବ୍ଲିକରେ ପାଖାପାଖି ୧୮ ହଜାର ଲୋକ ରୁହନ୍ତି। କିନ୍ତୁ ଏଠାରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିବା ବେଳେ ଭ୍ୟାକସିନେସନ କରୁଥିବା ଏହା ପ୍ରଥମ ଦେଶ ପାଲଟିଛି । ଦେଶକୁ ଗତ ସପ୍ତାହର ଶେଷରେ Moderna vaccine ମିଳିଛି ଏବଂ ରବିବାରରୁ ଏଠାରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ସରକାର ହେଲ୍ଥକେୟାର ୱାର୍କର୍ସ ଓ ସଂକ୍ରମଣ ହେବାର ସମ୍ଭାବନା ଥିବା ସମୂହକୁ ଆଗ ଭ୍ୟାକସିନ୍ ଦେବା ପାଇଁ ଘୋଷଣା କରିଛନ୍ତି ।
ସାରା ବିଶ୍ୱରେ ଭାଇରସ ବ୍ୟାପିବା ପୂର୍ବରୁ ପଲାଉ ଗତ ବର୍ଷ ଜାନୁଆରୀରୁ ନିଜ ସୀମାରେ ନିୟନ୍ତ୍ରଣ କରିବା ଆରମ୍ଭ କରିଦେଇଥିଲା । ମାର୍ଚ୍ଚ ସୁଦ୍ଧା ଏହି ଦେଶ ନିଜ ସୀମା ବନ୍ଦ କରିଦେଇଥିଲା । ଏହା ପରେ ଦେଶ ପରୀକ୍ଷଣ ଆରମ୍ଭ କଲା ଏବଂ ଏପ୍ରିଲ ସୁଦ୍ଧା ସମସ୍ତେ ନେଗେଟିଭ୍ ମିଳିଲେ ।
ଭାରତ ସମେତ ଅନେକ ଦେଶ ଏହାକୁ ଟେଷ୍ଟିଂ କିଟ୍ ପଠାଇଥିଲେ । ମେ ମାସ ସୁଦ୍ଧା ଏଠାରେ ଟୀକାକରଣ ପ୍ରକ୍ରିୟା ପୂରା ହୋଇଯିବ । ତେବେ ଏହା ନିର୍ଭର କରୁଛି ଆମେରିକା ଏହାକୁ କେତେ ଶୀଘ୍ର ଭ୍ୟାକସିନ୍ ଯୋଗାଉଛି ।
ଶନିବାର ଦେଶକୁ ଆମେରିକାରୁ ମରର୍ନା ଭ୍ୟାକସିନର ୨୮୦୦ ଡୋଜ୍ ମିଳିଥିଲା । ପଲାଉ ଆମେରିକୀୟ ସରକାରଙ୍କ ‘Operation Warp Speed’ ର ଅଂଶ । ଆମେରିକୀୟ ରାଜଦୂତ ଜନ୍ ହେନେସୀ ନାଇଲ୍ୟାଣ୍ଡ ଦେଶକୁ ବନ୍ଧୁ ତଥା ପାର୍ଟନର କରିଛନ୍ତି । ପଲାଉ ୩୦ ହଜାର ଡୋଜ୍ ମଗାଇଛି ଏବଂ ଆଗାମୀ ୩ ମାସରେ ଏହା ମିଳିବା ଯୋଜନା ରହିଛି ।
ସୂଚନାଯୋଗ୍ଯ, ଏପର୍ଯ୍ଯନ୍ତ କରୋନା ଭାଇରସ ଦୁନିଆର ଅନେକ ଭାଗରେ ନିଜର ଭୟଙ୍କର ରୂପ ଦେଖାଇଛି। ଆମେରିକାରେ ସବୁଠାରୁ ଅଧିକ ୨ କୋଟି ମାମଲା ଦେଖିବାକୁ ମିଳିଥିବା ବେଳେ ସାଢେ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ମରିଛନ୍ତି। ସେହିପରି ସମଗ୍ର ବିଶ୍ବରେ ୮.୫ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୧୮ ଲକ୍ଷ ଲୋକଙ୍କ ଜୀବନ ଯାଇଛି।