ସାତକୋଶିଆରେ ଘଡ଼ିଆଳଙ୍କ ବଂଶ ବିସ୍ତାର ପାଇଁ ପୁଣି ଅଣ୍ଟା ଭିଡ଼ିଛି ବନବିଭାଗ, ମହାନଦୀର ସୁନାଖଣିଆ ଘାଟରେ ଛାଡିଛନ୍ତି ୬ଟି କୁମ୍ଭୀର

ଅନୁଗୁଳ: ସାତକୋଶିଆରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ ପୁନର୍ବିନ୍ୟାସ ନେଇ ପୁଣି ଥରେ ଅଣ୍ଟା ଭିଡ଼ିଛି ସାତକୋଶିଆ ବନବିଭାଗ । ଏଥିପାଇଁ ଏକ ଟିମ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୬ଟି ଘଡ଼ିଆଳକୁ ଆଣି ମହାନଦୀର ସୁନାଖଣିଆ ଘାଟରେ ଛାଡିଛନ୍ତି । ନନ୍ଦନକାନନରୁ ଏମାନଙ୍କୁ ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ସ୍ୱତନ୍ତ୍ର ଜିପିଏସ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜା ଯାଇଥିବା ନନନ୍ଦକାନନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି ।

crocodileଏହି ୬ଟି ଘଡ଼ିଆଳଙ୍କ ମଧ୍ୟରୁ ୩ଟି ଅଣ୍ଡିରା ଓ ୩ଟି ମାଈ ଅଛନ୍ତି । ଗୋଟିଏ ମାଈ ଘଡ଼ିଆଳ କୁମ୍ଭୀର ପ୍ରାପ୍ତ ବୟସ୍କ ହୋଇଥିବା ବେଳେ, ଏହା ଏବେ ପ୍ରଜନନକ୍ଷମ ଅଛି । ଅନ୍ୟ ସମସ୍ତ ଘଡ଼ିଆଳଙ୍କ ବୟସ ପ୍ରାୟ ୧୦ରୁ ୧୨ବର୍ଷ । ଏମାନଙ୍କର ଲମ୍ବ ପ୍ରାୟ ଅଢେଇ ମିଟରରୁ ୩ମିଟର ହେବ । କୁମ୍ଭୀର ମାନଙ୍କୁ ଦୈନିକ ଗାଇଡ଼ କରିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.