ଏମିତି ଏକ ଦେଶ, ଯେଉଁଠି ଝିଅଙ୍କୁ ବାହା ହୁଅନ୍ତି ବାପା

କୌଣସି ଦେଶକୁ ସୁଚାରୁରୂପେ ଚଳାଇବା ପାଇଁ ସଠିକ ଆଇନ କାନୁନ ବ୍ୟବସ୍ଥା ରହିବା ନିହାତି ଜରୁରୀ । ଯଦି ସଠିକ ବ୍ୟବସ୍ଥା ନ ରୁହେ ତେବେ ପରିସ୍ଥିତି ବିଗିଡ଼ି ଯିବାର ଅଧିକ ସମ୍ଭାବନା ରହିଛି । କିନ୍ତୁ କେବେ ଭାବିଛନ୍ତି କି ସମାଜରୁ କୁତ୍ସିତ ପ୍ରଥା ତଥା ଅପରାଧକୁ ନିୟନ୍ତ୍ରଣ କରିବାକୁ ତିଆରି ହୋଇଥିବା ଆଇନ ଯଦି ବିପରୀତ ଦିଗ ନିଏ ତେବେ ପରିସ୍ଥିତି କଣ ହେବ । ତେବେ ଆସନ୍ତୁ ବିଶ୍ୱରେ ପ୍ରଚଳିତ ଥିବା ଏମିତି କିଛି ଅଦ୍ଭୁତ କାନୁନ ଉପରେ ଜାଣି ରଖିବା ।

ରେଡ଼ିଓରେ ଗୀତ ଶୁଣିବା;

କାନାଡ଼ାରେ ପ୍ରଚଳିତ ଅଛି ଏମିତି ଏକ ଅଦ୍ଭୁତ ବ୍ୟବସ୍ଥା । ଏଠି ଯଦି ଆପଣ ରେଡ଼ିଓରେ ଗୀତ ଶୁଣୁଛନ୍ତି ତେବେ ପ୍ରତି ପାଞ୍ଚରେ ଗୋଟିଏ ଗୀତ କାନାଡିଆନ ଗୀତ ରହିବା ନିହାତି ଜରୁରୀ । ଏହି ନିୟମଟି କାନାଡିଆନ ରେଡ଼ିଓ ଆଣ୍ଡ ଟେଲିଭିଜନ ଆୟୋଗ ଦ୍ୱାରା ଲାଗୁ ହୋଇଛି ।

laws

ସଂସଦରେ ମୃତ୍ୟୁ ସମ୍ଭବ ନୁହେଁ:

ଇଂଲଣ୍ଡରେ ଲାଗୁ ହୋଇଥିବା କାନୁନ ଅନୁଯାୟୀ ଏଠିକା ସଂସଦରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇପାରିବ ନାହିଁ । ୟୁକେ ବାସୀଙ୍କ ଅନୁଯାୟୀ ଏପରି ନିୟମର କିଛି ବି ଆଧାର ନାହିଁ । ଏହା ବାବଦରେ ଲିଖିତ ଆକାରରେ ବି ବ୍ୟାଖ୍ୟା ନାହିଁ ।

ଏଠି ଟଏଲେଟରେ କରା ଯାଏନି ଫ୍ଲସ:

ଏମିତି ଏକ ଅଜବ ନିୟମ ସ୍ୱିଜରଲ୍ୟାଣ୍ଡରେ ଲାଗୁ ହୋଇଛି । ଯଦି ଆପଣ ଏହି ଦେଶର କୌଣସି ଆପାର୍ଟମେଣ୍ଟରେ ରହୁଛନ୍ତି ତେବେ ରାତି 10 ଟା ପରେ ଟଏଲେଟରେ ଫ୍ଲସ କରିବା ବେଆଇନ ବୋଲି ଧରାଯାଏ । ଏଠି ଏହାକୁ ଧ୍ୱନି ପ୍ରଦୂଷଣ ଭାବେ ଧରାଯାଏ ।

laws

ପ୍ରତି ମୁହୂର୍ତ୍ତରେ ହସିବା ନିହାତି ଜରୁରୀ:

ଯଦି ଆପଣ ଇଟାଲୀ ମିଳନ ସହର ବାସିନ୍ଦା । ତେବେ ଆପଣଙ୍କ ଚେହେରାରେ ହସ ରହିବା ନିହାତି ଦରକାର । କେବଳ ହସ୍ପିଟାଲ କିମ୍ବା ଅନ୍ତିମ ସଂସ୍କାର ବେଳେ ଏହି ନିୟମରେ କିଛିଟା ଛାଡ କରାଯାଇଛି । ଏହାବାଦ ବି ଯଦି ଆପଣ ନିୟମ ଉଲ୍ଲଙ୍ଘନ କରୁଛନ୍ତି ତେବେ ମୋଟା ଆକାରର ଜୋରିମାନା ଦେବାକୁ ପଡିବ ।

ଏଠି ଝିଅକୁ ବିବାହ କରନ୍ତି ବାପା:

ଇରାନରେ ପ୍ରଚଳିତ ଅଛି ଏହି ଅଜବ ନିୟମ । ଏହି କାନୁନ ୨୦୧୩ରେ ପାରିତ ହୋଇଥିଲା । ଯାହା ଅନୁଯାୟୀ କୌଣସି ବି ପାଳିତ କନ୍ୟାକୁ ବାହା ହୋଇପାରନ୍ତି ବାପା । କିନ୍ତୁ ଝିଅର ବୟସ ଅତି କମରେ ୧୩  ବର୍ଷ ହେବା ନିହାତି ଜରୁରୀ ।

blue jeans

ନୀଳ ରଙ୍ଗର ଜିନ୍ସ:

ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନଙ୍କ ବାବଦରେ କିଏ ବା ନ ଜାଣେ । ନିଜ ମନ ଇଚ୍ଛା ଆଇନ କାନୁନ ତିଆରି କରନ୍ତି ଏହି ଶାସକ । ଏମିତିକି ନୀଳ ରଙ୍ଗର ଜିନ୍ସ ପିନ୍ଧିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ଏଠିକା ଶାସକ । ଦେଶରେ ପଶ୍ଚିମୀ ସଂସ୍କୃତି ଉପରେ ପ୍ରତିବନ୍ଧ ଲଗାଇବାକୁ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.