ଦେଶରେ ୧ .୫ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୧୮ ହଜାର ୦୮୮ ନୂଆ ପଜିଟିଭ କେସ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ୧୮ ହଜାର ୦୮୮ ନୂଆ ମାମଲା ଚିନ୍ହଟ ହୋଇଛନ୍ତି । ଯେବେକି ୨୬୪ ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂଖ୍ୟା ୧ କୋଟି ୩ ଲକ୍ଷ ୭୪ ହଜାର ୯୩୨ ରେ ପହଂଚିଛି । ଯେବେକି ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୧୧୪ ଛୁଇଁଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୨୧ ହଜାର ୩୧୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହାକୁ ମିଶାଇ ଦେଶରେ ଏଯାବତ ୯୯ ଲକ୍ଷ ୯୭ ହଜାର ୨୭୨ ଜଣ କରୋନା ମୁକ୍ତ ହୋଇଥିବା ନେଇ ରେକର୍ଡ ହୋଇଛି । ଅନ୍ୟ ଦୃଷ୍ଟିରୁ ଦେଖିଲେ ସଂକ୍ରମଣ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ଅଛି ଦୈନିକ ସୁସ୍ଥ ସଂଖ୍ୟ । ସେପଟେ କରୋନା ସକ୍ରିୟ ମାମଲା ବି ଦିନ କୁ ଦିନ କମିବାରେ ଲାଗିଛି । ଦେଶରେ ଏବେ ୨ ଲକ୍ଷ ୨୭ ହଜାର ୫୪୬ ରହିଛି ସକ୍ରିୟ ସଂଖ୍ୟା ।

ଏଯାବତ ବିଶ୍ୱରେ ୮.୬୮କୋଟିରୁ ଅଧିକ ଲୋକ ଏହି ମହାମାରୀ ପ୍ରଭାବରେ ଆସି ସାରିଥିବା ବେଳେ ୧୮.୭୫ ଲକ୍ଷରୁ ଅଧିକ ଜଣଙ୍କର ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.