ବୁଦା ମୂଳରୁ ମିଳିଲା ଶିଶୁର ମୃତଦେହ, ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଚର୍ଚ୍ଚା

ରାଉରକେଲା (କେ ନ୍ୟୁଜ୍‌): ରାଉରକେଲା ବନ୍ଧମୁଣ୍ଡା ଥାନା ଡୁମେର୍ତା ପୋଖରୀ କଡ଼ରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର। ଆଜି ସକାଳୁ ଶିଶୁଟିର ମୃତ ପୋଖରୀ ନିକଟ ବୁଦା ମୂଳେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବନ୍ଧମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ଶିଶୁ ଟିର ମୃତ ଦେହ ଉଦ୍ଧାର କରିଛି। ତେବେ ନବଜାତ ଶିଶୁ ଟିକୁ ମାରି ପୋଖରୀରେ ପକେଇ ଦିଆଯାଇଛି କିମ୍ବା ଶିଶୁଟି କୌଣସି କାରଣରୁ ମରି ଗଲା ପରେ ତାକୁ ପୋଖରୀରେ ପକେଇ ଦିଆଯାଇଛି କିମ୍ବା ତାକୁ ମାରି ଦିଆଯାଇଛି ସେ କଥା ସ୍ପଷ୍ଟ ହୋଇନାହିଁ।

DEAD BABY

ତେବେ ଦୁଇ ତିନି ଦିନ ପୂର୍ବରୁ ମୃତ ଶିଶୁଟିକୁ ଗାମୁଛାରେ ଗୁଡ଼ାଇ ଫିଙ୍ଗି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗାମୁଛା ଖୋଲିଲା ପରେ ଶିଶୁ ଟି ଛୋଟ କପଡା ପିନ୍ଧିଥିବାର ଦେଖିବାକୁ ମିଳିଛି। ମୃତ ଶିଶୁଟିର ବୟସ ଦୁଇ ତିନି ମାସ ହେବ ବୋଲି ଅନୁମାନ କରାଯାଉଛି।

 

 

 

Leave A Reply

Your email address will not be published.