ମାଘ ମାସରେ ଏସବୁ କାମ କଲେ ପ୍ରସନ୍ନ ହୁଅନ୍ତି ଦେବାଦେବୀ, ଜୀବନରେ ଭରିଯାଏ ଖୁସି

ହିନ୍ଦୁ ମାସ ଅନୁସାରେ ମାଘ ମାସ ବର୍ଷର ୧୧ତମ ମାସ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। କିନ୍ତୁ ମାଘ ମାସକୁ ବିଶେଷ ଫଳଦାୟୀ କୁହାଯାଏ। ମାନ୍ୟତା ରହିଛି ଯେ ଏହି ମାସରେ କରାଯାଉଥିବା କାର୍ଯ୍ୟର ଶୁଭ ଫଳ ମିଳିଥାଏ। ମକର ସଂକ୍ରାନ୍ତି ଅର୍ଥାତ୍‌ ଜାନୁଆରୀ ୧୪ ତାରିଖରୁ ମାଘ ମାସ ଆରମ୍ଭ ହୋଇଛି। ଶାସ୍ତ୍ର ଅନୁସାରେ, ଏହି ମାସରେ କେତେକ କାମ କଲେ ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ଆସନ୍ତୁ ଜାଣିବା ମାଘରେ କ’ଣ କରିବା ଉଚିତ୍‌…

ଗୀତା ପାଠ: ମାଘ ମାସରେ ଗୀତା ପାଠ କଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ଏଥିସହ ମନ ଶାନ୍ତ ରହେ।

ରାଶି: ମାଘ ମାସରେ ବିଷ୍ଣୁଙ୍କୁ ପୂଜା କରିବା ବେଳେ ରାଶି ଅର୍ପଣ କରନ୍ତୁ। ସମସ୍ତ ପାପରୁ ମୁକ୍ତି ମିଳିବ।

ଦାନ: ଶାସ୍ତ୍ରରେ ଦାନର ବିଶେଷ ମହତ୍ତ୍ୱ ରହିଛି। ମାତ୍ର ମାଘ ମାସରେ ଦାନର ଖାସ୍‌ ମହତ୍ତ୍ୱ ରହିଛି। ଏହି ମାସରେ ଶୀତ ବସ୍ତ୍ର ଦାନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି।

ନିୟମିତ ପୂଜାର୍ଚ୍ଚନା: ମାଘ ମାସରେ ନିୟମିତ ପୂଜାର୍ଚ୍ଚନା କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ ଓ ଆର୍ଥିକ ସ୍ଥିତି ମଜଭୁତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.