ଭୁବନେଶ୍ୱର : ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍। ୧୬ ନମ୍ବର ଜାତୀୟ ରାଜପଥ ସତ୍ସଙ୍ଗ ବିହାରର ଶ୍ୟାମା ପ୍ରସାଦ ମୂଖାର୍ଜୀ ପାର୍କ ନିକଟରେ ଏହି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ। ଏହାର ଲମ୍ବ ୧୩୦୦ ମିଟର ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି।
ଏହା ସହିତ ଭୁବନେଶ୍ୱର ସ୍ଥିତ ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ଫୁଟ୍ ଓଭର ବ୍ରିଜ୍ର ସବିଶେଷ ବ୍ୟୟ ଅଟକଳ ସହିତ ଡିଜାଇନ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନରୁ ଉଭୟ ସହିଦ ନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ସେହି ସମସ୍ୟାର ସମାଧାନ ହେବା ନେଇ ଆଶା କରାଯାଉଛି। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚିଠି ଆସିଛି।