ଦେଖନ୍ତୁ Video: କୁନି ପିଲାଟି ଚୁଟ୍‌କି ବଜାଇ ଜବରଦସ୍ତ ଅନ୍ଦାଜରେ ଗାଇଲା ଅଜୟ ଦେବଗନ୍‌ଙ୍କ ଗୀତ ‘ଏତ୍‌ବାର୍‌ ନହିଁ କରନା…’, ତା’ ପରେ ଫ୍ଲାଇଙ୍ଗ୍‌ କିସ୍‌ ଦେଇ କଲା ଏମିତି କିଛି

ସୋସିଆଲ ମିଡିଆରେ ଏକ କୁନି ପିଲାର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରିବେ, ପିଲାଟି ବଲିଉଡ୍‌ ଆକ୍ଟର ଅଜୟ ଦେବଗନଙ୍କ ପିଲ୍ମ ‘କୟାମତ୍‌’ର ଗୀତ ‘ଏତ୍‌ବାର୍‌ ନହିଁ କରନା…’କୁ ଚୁଟ୍‌ଟି ବଜାଇ ଜବରଦସ୍ତ ଅନ୍ଦାଜରେ ଗାଉଛି। ଗୀତ ଗାଇବା ପରେ ସେ ଫ୍ଲାଇଙ୍ଗ୍‌ କିସ୍‌ ବି ଦେଉଛି। ଭିଡିଓଟିକୁ ଆଇଏଏସ୍‌ ଅଫିସର ଅଓ୍ଵନୀଷ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରିବା ସହିତ ସେ କ୍ୟାପସନ ଲେଖିଛନ୍ତି, ‘ଏହି ପିଲା ସ୍କୁଲ ଖୋଲିବ’।

୧୬ ଜାନୁଆରୀରେ ଶେୟାର ହୋଇଥିବା ଏହି ଭିଡିଓକୁ ଏ ପର୍ଯନ୍ତ ୯୪ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଏହାସହିତ ୭ ହଜାରରୁ ଅଧିକ ଲାଇକ୍ସ ଏବଂ ୯୦୦ରୁ ଅଧିକ ରି-ଟୁଇଟ୍ସ ହୋଇଛି। ୟୁଜରମାନଙ୍କୁ ଏହି ଭିଡିଓ ଖୁବ୍‌ ମଜାଳିଆ ଲାଗୁଥିବା ବେଳେ ଏଥିରେ ସେମାନେ ବିଭିନ୍ନ କମେଣ୍ଟସ୍‌ ଦେବାରେ ଲାଗିଛନ୍ତି। ଜଣେ ୟୁଜର ‘କୋଭିଡ୍‌ ଲକ୍‌ଡାଉନ୍‌ର ସାଇଡ୍‌ ଇଫେକ୍ଟ’ ବୋଲି ଲେଖିଥିବା ବେଳେ ଆଉ ଜଣେ ‘ସ୍ୱାଗ୍‌କୁ ତ ଦେଖ’ ବୋଲି କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.