Below header

ଷ୍ଟାର କ୍ଲଷ୍ଟରରୁ ଏମିତି ତିଆରି ହୁଏ ତାରା, ନାସା ସେୟାର କଲା ଅଦ୍ଭୁତ ମହାଜାଗତିକ ଦୃଶ୍ୟ, ନିଶ୍ଚୟ ଦେଖନ୍ତୁ

ବିଜ୍ଞାନ ଯୁଗରେ ସବୁବେଳେ କିଛି ନା କିଛି ନୂଆ ଘଟଣା ଘଟିଥାଏ। କେବଳ ପୃଥିବୀ ନୁହେଁ, ମହାକାଶରେ ମଧ୍ୟ ପ୍ରତିଦିନ ନୂଆ ନୂଆ ମହାଜାଗତିକ ଦୃଶ୍ୟ ହେଉଛି, ଯାହା ବିଷୟରେ ଆମେ ଜାଣିପାରୁନାହୁଁ। କିନ୍ତୁ ନାସା ଏବେ ମହାକାଶର ଏକ ଅଜଣା ଘଟଣା ବିଷୟରେ ସୂଚନା ଦେଇଛି। ନୂଆ ସୂଚନା ଦେବା ଅବସରରେ ନାସା କହିଛି, ପ୍ରାୟ ୨୦୦ ହଜାର ଆଲୋକ ବର୍ଷ ଦୂରରେ ଏକ ଛୋଟ ମ୍ୟାଗେଲାନିକ୍‌ ବାଦଲର ବାହ୍ୟ ଅଞ୍ଚଳ ନିକଟରେ ଉଜ୍ଜ୍ୱଳ, ନୀଳ, ନୂତନ ତାରକା ସହ ଏକ ୫ ଲକ୍ଷ ବର୍ଷ ପୁରୁଣା ଷ୍ଟାର କ୍ଲଷ୍ଟର ବିଷୟରେ ଜଣାପଡ଼ିଛି।

 

View this post on Instagram

 

A post shared by NASA (@nasa)

ନାସା ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି କ୍ଲଷ୍ଟରର ଫଟୋ ସେୟାର କରିଛି। ଫଟୋ ସେୟାର କରି ନାସା କ୍ୟାପ୍‌ସନ୍‌ରେ ଲେଖିଛି- ସ୍ମଲ ମ୍ୟାଗେଲାନିକ୍‌ କ୍ଲାଉଡ୍‌ର ବାହ୍ୟ ଅଂଶ ନିକଟରେ ପ୍ରାୟ ୨୦୦ ହଜାର ଆଲୋକ ବର୍ଷ ଦୂରରେ ଏକ ଉପଗ୍ରହ ଆକାଶଗଙ୍ଗା ରହିଛି, ଯାହା ୫ ଲକ୍ଷ ବର୍ଷ ବୟସର ଓ ଏକ ଚମକଦାର ଷ୍ଟାର କ୍ଲଷ୍ଟର NGC 602 (Young And Dazzling Star Cluster NGC 602)  ଭାବେ ଜଣାଶୁଣା। ଷ୍ଟାର କ୍ଲଷ୍ଟର ଭିତରେ ଚମକଦାର ଲାଲ, ନୀଳ ଆଦି ନୂଆ ନୂଆ ତାରା ରହିଛନ୍ତି।

ନାସା ତରଫରୁ ସେୟାର କରାଯାଇଥିବା ସୂଚନା ମୁତାବକ, କ୍ଲଷ୍ଟରର କେନ୍ଦ୍ରରେ ତାରା ତିଆରି ହୋଇଥାଏ ଓ ତାହା ବାହାରକୁ ବ୍ୟାପିଥାଏ। ଏହି ଯୁବ ତାରକା ଏବେ ବି ତିଆରି ହେଉଛନ୍ତି। ନାସା ତରଫରୁ ସେୟାର କରାଯାଇଥିବା ଏହି ଫଟୋକୁ ଏବେ ଯାଏଁ ହଜାର ହଜାର ଲୋକ ଦେଖିଥିବା ବେଳେ ଲାଇକ୍‌ ଓ କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.