୫ହଜାର ୩ଶହ ଟଙ୍କାର ଜାଲି ନୋଟ ଜବତ କଲା ଚାନ୍ଦବାଲି ପୋଲିସ୍, ଜଣେ ଗିରଫ

ଚାନ୍ଦବାଲି: ଜାଲନୋଟ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପୋଲିସ । ୫ହଜାର ୩ଶହ ଜାଲ ନୋଟ ଜବତ କରିଛି । ସୂଚନା ମୁତାବକ ଯାଜପୁର ବିଞ୍ଝାରପୁର ନାଉପାଳ ଗାଁର ଜଣେ ଯୁବକ ଚାନ୍ଦବାଲି ବଜାରରେ ଜାଲି ନୋଟ ଦେଇ ମିଠା କିଣୁଥିବାର ପୋଲିସ ଖବର ପାଇଥିଲା ।

ତେବେ ପୋଲିସ ଉକ୍ତ ଯୁବକକୁ ଧରି ଥାନାକୁ ଆଣିଥିଲା । ପଚରାଉଚରା ଏବଂ ତଦନ୍ତ ପରେ ଜଣାପଡିଥିଲା ଉକ୍ତ ଯୁବକ ପାଖରେ ଥିବା ମୋଟ ୫ହଜାର୩ଶହ ଟଙ୍କା ସମସ୍ତ ଜାଲିନୋଟ । ତେବେ ଚାନ୍ଦବାଲି ବଜାରରେ ବିଭିନ୍ନ ଦୋକାନ ବୁଲି କିଣାକିଣି କରୁଥୁଲା ବେଳେ ପୋଲିସ ଉକ୍ତ ଯୁବକକୁ ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.