ଦୀର୍ଘ ୨୮ ବର୍ଷ ପରେ ପୂର୍ଣ୍ଣ ହେବାକୁ ଯାଉଛି ବିଜୁବାବୁଙ୍କ ସ୍ବପ୍ନ: ପ୍ରଥମ ଥର ପାଇଁ ଦେଓ ବନ୍ଧରେ ପାଣି ରହିଲା ପରେ ମୟୁରଭଞ୍ଜ ଜିଲ୍ଲାରେ ଖେଳିଯାଇଛି ଖୁସିର ଲହରୀ

କରଞ୍ଜିଆ : ବିଜୁବାବୁଙ୍କ ସପ୍ନ ପୂରଣ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପ ଶୁଭ ଦେଇଥିଲେ ବିଜୁ ପଟ୍ଟନାୟକ । ଦୀର୍ଘ ୨୮ ବର୍ଷ ପରେ ଶେଷ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଦେଓ ବନ୍ଧରେ ପାଣି ରହିଲା ପରେ ଖୁସିର ଲହରୀ ଖେଳିଯାଇଛି ମୟୁରଭଞ୍ଜ  ଓ କେନ୍ଦୁଝର ଜିଲ୍ଲାରେ । ଅନ୍ୟ ପଟେ ବିସ୍ଥାପିତ ସମସ୍ୟା ମଧ୍ୟ ବଢିଛି ।

deo projectମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବରେ ପରିଚିତ ଥିଲା । ଅର୍ଥନୀତି ସଦୁଢ଼ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କରଞ୍ଜିଆ ବ୍ଳକର ହାତୀବାରି ଗାଁରେ ଦେଓ ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ । ଏହି ପ୍ରକଳ୍ପଟିରେ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ବନ୍ଧ ବାନ୍ଧିବା ପାଇଁ ଯୋଜନା ଆରମ୍ଭ କରୁଥିଲେ । ଏହା ଭିତରେ ୨୮ ବର୍ଷ ବିତିଗଲାଣି । ଚଳିତବର୍ଷ ଦେଓ ବନ୍ଧରେ ଦେଓ ନଦୀର ପାଣି ରଖିଛନ୍ତି । ଯେଉଁଠି ଦିନେ ଚାଷ ଜମି ଥିଲା ଏବେ ସେଠାରେ ଜଳମଗ୍ନ ହୋଇ ଗଲାଣି । ସତେ ଯେମିତି ଦେଖିଲେ ଲାଗୁଛି ଏକ ହ୍ରଦ ପରି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପ୍ରାୟ ୧୦ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିରେ ଚାଷ କରିପାରିବେ ଚାଷୀ ।

damଅନ୍ଯପଟେ ଦେଓ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏଥିରେ ୧୪ଟି ବୁଡି ଅଞ୍ଚଳରେ ଯାଉଛି । ଏହି ବୁଡି ଅଞ୍ଚଳରେ ୮୪୦ ପରିବାର ରହୁଛନ୍ତି । ସେଥିମଧ୍ୟରୁ ୧୯୬ ପରିବାର ବୁଡି ଅଞ୍ଚଳ ଛାଡି ସାରିଲେଣି । ସରକାରଙ୍କ ତରଫରୁ ପ୍ରଥମେ ୨,୯୬ ଲକ୍ଷ , ୫,୪୩ ଲକ୍ଷ ଏବେ ୮.୩୪ ଲକ୍ଷ ପ୍ରତି ପରିବାରକୁ ଦିଆଯାଇଛି । ତଥାପି ଆଜି ପର୍ଯ୍ୟନ୍ତ ବିଳମ୍ବିତ ହେବାର ମୁଖ୍ୟ କାରଣ ବିସ୍ଥାପିତ ସମସ୍ୟା । ଏବେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ସହିତ ନେଇଛନ୍ତି । ବିସ୍ଥାପିତ ଗାଁ ଗୁଡିକରେ ଜନଶୁଣାଣି କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ଯପଟେ ସହିତ ଲୋକପ୍ରତିନିଧିଙ୍କ ସହିତ ଆଲୋଚନା କରିସାରିଛି ପ୍ରଶାସନ । ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦେଓ ପ୍ରକଳ୍ପ କେମିତି ସରିବ ସହଯୋଗ ପାଇଁ କିଛି ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡ଼କାଯାଇଥିଲା । ଏଥିରେ ସମସ୍ତେ ଦେଓ ପ୍ରକଳ୍ପ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

dam workତେବେ ବର୍ତ୍ତମାନ ଦେଓ ବନ୍ଧର ୭୦ ଭାଗ କାମ ସରିଲାଣି । ଶିମିଳିପାଳ ପାଦ ଦେଶରେ ଏହି ପ୍ରକଳ୍ପଟି ଥିବାରୁ ବେଶ ଆଶାବାଦୀ ଅଛନ୍ତି ସରକାର । ପ୍ରଥମେ ଏହି ପ୍ରକଳ୍ପଟିରେ ୫୨ କୋଟି ଭିତରେ ସରିବା କଥା ୨୮ବର୍ଷ ବିଳମ୍ବ ଯୋଗୁଁ ଏବେ ୯୦୦ କୋଟି ରୁ ଉର୍ଦ୍ଧ୍ବରେ ଆସି ପହଁଚିଲାଣି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୦୦ ଗାଁର ଚାଷୀ ଉପକୃତ ହୋଇପାରିବେ । ଯାହା ଆମ ରାଜ୍ଯ ପାଇଁ ଏକ ଖୁସି ଖବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.