ଲାଲ ରଙ୍ଗର କାର୍ଟୁନ ଡ୍ରେସରେ ନଜର ଆସିଲେ ଋଷଭ ପନ୍ତ, ଚହଲ ଏବଂ ରାସିଦ ଖାନ ଉଡାଇଲେ ମଜା

କାର୍ଟୁନକୁ ନେଇ ଋଷଭ ପନ୍ତଙ୍କ ପାଗଳପ୍ରେମ କାହାକୁ ଛପା ନାହିଁ। ଐତିହାସିକ ବ୍ରିସବେନ୍ ଟେଷ୍ଟ୍ ବିଜୟ ବେଳେ ୱିକେଟ୍ ପଛରେ ରହି ସେ ସ୍ପାଇଡରମ୍ୟାନ୍ ଗୀତ ଗାଇଥିବା ନଜର ଆସିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଆଉ ଏକ ପ୍ରସିଦ୍ଧ କାର୍ଟୁନ୍ ଚରିତ୍ର ଟମ୍ ମଧ୍ୟ ତାଙ୍କର ବହୁତ ପସନ୍ଦ ବୋଲି ପନ୍ତ ଟ୍ବିଟ୍ କରି ଜଣାଇଥିଲେ।

 

View this post on Instagram

 

A post shared by Rishabh Pant (@rishabpant)

ଟମ୍’ର ଚିତ୍ର ଥିବା ଏକ ଟି-ସାର୍ଟ ପିନ୍ଧି ଉଠାଇଥିବା ଏକ ଫଟୋ ପ୍ରକାଶ କରି ଏହି ପ୍ରସିଦ୍ଧ କାର୍ଟୁନ୍ ଚରିତ୍ରକୁ କେହି ଜାଣିଛ କି? ବୋଲି ପ୍ରଶ୍ନ କରିଥିଲେ। ଏହି ଫଟୋ ଦେଖି ତାଙ୍କର ସାଥି କ୍ରିକେଟର ତଥା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ତୁରନ୍ତ ନିଜ ପ୍ରତିକ୍ରିୟା ରଖିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ଗୋଡ଼ ଟାଣିବାକୁ ପଛାଉ ନଥିବା ଚହଲ ଲେଖିଥିଲେ ‘ଟମ୍ ନା ତୁମେ ଭାଇ’। ଆଫଗାନିସ୍ତାନ ସ୍ପିନର ରାସିଦ ଖାନ୍ ମଧ୍ୟ ଚହଲଙ୍କ ସହ ଯୋଗ ଦେଇ ପନ୍ତଙ୍କୁ ଚିଡ଼ାଇଥିଲେ। ସେ ଲେଖିଥିଲେ ‘‘ମୁଁ ତୁମକୁ ଓ ଟମ୍କୁ ବହୁବାର ଦେଖିଛି’’।

Leave A Reply

Your email address will not be published.